ଆସନ୍ତାକାଲି ସକାଳ ୧୧ଟାରେ ପ୍ରକାଶ ପାଇବ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଫଳ

Published By : Prameya-News7 Bureau | November 19, 2021 IST

ଭୁବନେଶ୍ଵର ୧୯।୧୧: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଫଳ ଶନିବାର ସକାଳ ୧୧ଟାରେ ୱେବସାଇଟ www.orissaresults.nic.in ରେ ଉପଲବ୍ଧ ହେବ।  ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ଅଫ୍ ଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ଚଳିତ ବର୍ଷ କଳାରେ ପାସ୍ ହାର ୮୯.୪୯ % ରହିଥିଲା। କଳାରେ ୧ ଲକ୍ଷ ୯୮ ୩୬୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ଯୁକ୍ତଦୁଇ କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପିଲା ପାସ୍‌ କରିଛନ୍ତି। ସେହିପରି ଏକ୍ସରେଗୁଲାରରେ ପାସ୍ ହାର ୨୬ % ରହିଛି। ଧନ୍ଦାମୂଳକରେ ପାସ୍ ହାର ୮୨.୦୨ ପ୍ରତିଶତ ରହିଛି।।୰

ଯୁକ୍ତ ୨ର ୩ ଲକ୍ଷ ୪୫ ହଜାର ୬୭୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟର ୧ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ସାରିଛି । ଏହା ପୂର୍ବରୁ  ଜୁଲାଇ ୩୧ ତାରିଖରେ ଯୁକ୍ତ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.