ବେକରେ ରଶି ଲଗାଇ ମହିଳା ରେସିଡେଣ୍ଟ ଡାକ୍ତରଙ୍କ ଆତ୍ମହତ୍ୟା, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | July 18, 2019 IST

ଜୟପୁର୧୮|୭: ଜୟପୁର ସଙ୍ଗାନେରୀ ଗେଟ ପାଖରେ ଥିବା ମହିଳା ହସ୍ପିଟାଲର ଜଣେ ମହିଳା ରେସିଡେଣ୍ଟ ଡ଼ାକ୍ତର ହଷ୍ଟେଲ ଫ୍ୟାନରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାରେ ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିଛି। ଘଟମା ସ୍ଥଲରୁ ସୁସାଇଡ୍ ନୋଟ ମିଳି ନାହିଁ ବୋଲି ପୋଲିସ କହିଛି।

 ସୂଚନାନୁଯାୟୀ ଆତ୍ମହତ୍ୟା କରିଥିବା ମହିଳା ଡାକ୍ତରଙ୍କ ନାଁ ସାକ୍ଷୀ ଗୁପ୍ତା। ପଞ୍ଜାବର ଫିରୋଜପୁରରେ ସାକ୍ଷୀଙ୍କ ଘର ଏବଂ ପିଜି ଡାକ୍ତରୀ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ ଥିଲେ ସାକ୍ଷୀ। ଘଟଣାନୁଯାୟୀ, ସାକ୍ଷୀଙ୍କ ରୁମମେଟ କଲେଜ ଯିବା ପରେ ନିଜ ସାଙ୍ଗମାନଙ୍କ ସହ ଅନ୍ୟ ଏକ ରୁମକୁ ଯାଇଥିଲେ ସାକ୍ଷୀ।

 ସାଙ୍ଗମାନଙ୍କ ସହ କଥାବାର୍ତ୍ତା ସମୟରେ​‌ ସାକ୍ଷୀ ହଠାତ ନିଜ ରୁମକୁ ଯାଇଥିଲେ। ତାପରେ ରୁମର କବାଟ ବନ୍ଦ କରି ଦେଇଥିଲେ। ସାଙ୍ଗମାନେ ଡାକିବାରୁ ସାକ୍ଷୀ କବାଟ ଖୋଳି ନଥିଲେ। ଶେଷରେ କବାଟ ଭାଙ୍ଗିବା ପରେ ସାକ୍ଷୀଙ୍କ ଝୁଲନ୍ତା ଶବ ଦେଖିବକୁ ମିଳିଥିଲା। ପରେ ପୋଲିସ ଆସି ସାକ୍ଷୀଙ୍କ ମୃତ ଦେହ ଉଦ୍ଧାର କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.