ଏମିତି ଜଣେ ଭାରତୀୟ; କୌଣସି ବଡ ବ୍ୟାଙ୍କ୍ଠାରୁ କମ୍ ନୁହଁନ୍ତି, ଇଂରେଜ୍ ବି ନେଉଥିଲେ ତାଙ୍କଠାରୁ କରଜ
30/08/2023 at 12:16 PM

ନୂଆଦିଲ୍ଲୀ ୩୦।୦୮: ଭାରତର ଧନୀ ବ୍ୟକ୍ତିଙ୍କ କଥା ଆସିବା ମାନେ ସାମ୍ନାକୁ ଆସିଯାଏ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ନାଁ | ବ୍ରିଟିଶ୍ ଶାସନ କାଳରେ ବି ଏମିତି କିଛି ଧନୀ ଥିଲେ ଯେଉଁମାନଙ୍କ ରାଜ୍ ପୂରା ଦେଶରେ ରହିଥିଲା । ଏମିତିକି ସେମାନଙ୍କ ଠାରୁ କରଜ ନେଉଥିଲେ ବ୍ରିଟିଶ୍ । ଏପରି ଜଣେ ଧନୀ ବ୍ୟକ୍ତି ଥିଲେ ସେଠ୍ ଫତେହ ଚାନ୍ଦ ଓରଫ୍ ‘ଜଗତ ସେଠ୍’ । ତାଙ୍କ ନାଁ ଜଗତ୍ ସେଠ୍ ହେବାର କାରଣ ହେଉଛି ସେ ଅଷ୍ଟାଦଶ ଶତାବ୍ଦୀର ସବୁଠାରୁ ବଡ ଆନ୍ତର୍ଜାତୀୟ ବ୍ୟାଙ୍କର ବା ସାହୁକାର ଥିଲେ । ଯାହାଙ୍କଠାରୁ ବ୍ରିଟିଶମାନେ ମଧ୍ୟ ଋଣ ନେଉଥିଲେ ।

ସେତେବେଳେ ତାଙ୍କର ମୋଟ୍ ସମ୍ପତ୍ତି ବର୍ତ୍ତମାନର ବଡ ବଡ କୋଟିପତିଙ୍କ ଠାରୁ ଅଧିକ ହେବ । ଜଗତ ସେଠ୍ ଇଂରେଜଙ୍କ ସମୟରେ ଏକ ବଡ ବିଜନେସମ୍ୟାନ୍ ଏବଂ ସାହୁକାର ମଧ୍ୟ ଥିଲେ । ଯିଏକି ସୁଧରେ ଟଙ୍କା ଦେବା ନେବାର କାମ କରୁଥିଲେ । ରିପୋର୍ଟ ଅନୁଯାୟୀ, ସେତେବେଳେ ତାଙ୍କ ପାଖରେ ଯେତିକି ସମ୍ପତ୍ତି ଥିଲା, ବର୍ତ୍ତମାନ ଟଙ୍କା ହିସାବରେ ତାହା ପ୍ରାୟ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀ ରୋବେନ ଓରମେ ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଙ୍କର ତଥା ମନି ଚେଞ୍ଜର ଭାବେ ଜଗତ ସେଠ୍ଙ୍କୁ ସମ୍ବୋଧିତ କରିଥିଲେ । ୧୭୫୦ ଦଶକରେ ତାଙ୍କର ମୋଟ ସମ୍ପତ୍ତି ୧୪ କୋଟି ଟଙ୍କା ଥିଲା ।

ଅନ୍ୟ ଜଣେ ଐତିହାସିକଙ୍କ ଅନୁଯାୟୀ, ଜଗତ୍ ସେଠ୍ ୧୭ଶହ ଶତାବ୍ଦୀର ଶେଷାର୍ଦ୍ଧରେ ନିଜର ବ୍ୟବସାୟ ପ୍ରତିଷ୍ଠା କରିଥିଲେ । ଆଉ ୧୮ଶହ ଶତାବ୍ଦୀକୁ ଏହି ବ୍ୟବସାୟ ପ୍ରାୟତଃ ଦେଶର ସବୁଠାରୁ ବଡ ବ୍ୟାଙ୍କିଙ୍ଗ୍ ଘର ହୋଇଯାଇଥିଲା । ସେ ସମୟରେ ଜଗତ ସେଠ୍ ବହୁତ ପ୍ରଭାବଶାଳୀ ଥିଲେ । ଦେଶର ଅନେକ ଅଞ୍ଚଳରେ ଜଗତ୍ ସେଠ୍ଙ୍କ କାର୍ଯ୍ୟାଳୟ ଥିଲା । ଯେଉଁଠାରୁ ଟଙ୍କା ଋଣ ଦେବା କାମ କରାଯାଉଥିଲା । କୁହାଯାଏ କି ଜଗତ ସେଠ୍ କେବଳ ସାଧାରଣ ଲୋକଙ୍କୁ ଟଙ୍କା ଦେଉନଥିଲେ ବରଂ ବ୍ରିଟେନ ଭଳି ଦେଶକୁ ସେ ଋଣଦାତା ମଧ୍ୟ କରିଥିଲେ ।

ଦେଶର ବିଭିନ୍ନ ସହରରେ ତାଙ୍କ ବ୍ୟବସାୟ ରହିଥିଲା । ତାଙ୍କର ବ୍ୟାଙ୍କିଂ ନେଟୱାର୍କ କଲିକତା, ଢାକା, ଦିଲ୍ଲୀ ଏବଂ ପାଟନାରେ ମଧ୍ୟ ବିସ୍ତାର ହୋଇଥିଲା । ବର୍ତ୍ତମାନ ଜଗତ ସେଠ୍ କି ତାଙ୍କ ପରିବାରର ନାଁ ବହିମାନଙ୍କରେ ଲିପିବଦ୍ଧ । ଏହାର ଏକ ବଡ କାରଣ ହେଉଛି ଜଗତ୍ ସେଠ୍ଙ୍କ ପୁରା ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ବ୍ରିଟିଶଙ୍କର ବଢୁଥିବା ପ୍ରାଧାନ୍ୟ ମଧ୍ୟରେ ତାଙ୍କ ପରିବାର ନିଜର ଅଧିକାର ହରାଇ ବସିଥିଲା । କେବଳ ଏତିକି ନୁହେଁ ଜଗତ୍ ସେଠ୍ଙ୍କ ଠାରୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ନେଇଥିବା ଋଣ ଫେରାଇନଥିଲା । ରିପୋର୍ଟ ଅନୁଯାୟୀ ବ୍ରିଟିଶଙ୍କୁ ପ୍ରାୟ ୩ କୋଟି ଟଙ୍କାର ଋଣ ଦେଇଥିଲେ ଜଗତ୍ ସେଠ୍ ।

ବିଂଶ ଶତାବ୍ଦୀର ଆରମ୍ଭରେ ଜଗତ୍ ସେଠ୍ ପରିବାରଙ୍କ ନାଁ ପୂରା ହଜିଗଲା । ଜଗତ୍ ସେଠ୍ଙ୍କ ଘରେ ଏକ ଗୁପ୍ତ ସୁଡଙ୍ଗ ସହ ଏକ ଅଣ୍ଡରଗ୍ରାଉଣ୍ଡ ରୁମ୍ ରହିଥିଲା । ଯେଉଁଠାରେ ଟଙ୍କା ନେଣଦେଣର କାରବାର ହେଉଥିଲା । ଏହି ସ୍ଥାନକୁ ୧୯୮୦ ମସିହାରେ ଏକ ମ୍ୟୁଜିୟମ୍ରେ ରୂପାନ୍ତରିତ କରାଯାଇଥିଲା । ଯାହା ‘ହାଉସ୍ ଅଫ୍ ଜଗତ୍ ସେଠ୍’ ଭାବେ ପରିଚିତ । ଏହା ପଶ୍ଚିମବଙ୍ଗର ମୁର୍ସିଦାବାଦରେ ରହିଛି ।
You Can Read: