ମାଟ୍ରିକ ଖାତା ଦେଖା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
8/05/2020 at 4:52 PM

କଟକ୮/୫: କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍ଡାଉନ୍। ଜୀବନ- ଜୀବିକା ସହ ଯାନ ବାହନ ଚଳାଚଳ ଠିପ୍ ହୋଇଯାଇଛି। ଏହାସହ କରୋନାର ପ୍ରଭାବ କିପରି ଛାତ୍ରଛାତ୍ରୀଙ୍କ ଉପରେ ନ ପଡିବ, ସେଥିପ୍ରତି ସରକାର ମଧ୍ୟ ସଚେତନା ଅଛନ୍ତି। ତେଣୁ କରୋନା ପାଇଁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ବିଳମ୍ଭ ହୋଇଛି। ସେଥିଲାଗି ମାଟ୍ରିକ ଖାତା ଦେଖା ନେଇ ଆସନ୍ତାକାଲି ବସିବ ବୈଠକ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ଛୁଟି ପରେ ଜୁନ୍ ୧୭ରେ ସ୍କୁଲ ଖୋଲିବ। ନିଷ୍ପତ୍ତି ପରିବର୍ତ୍ତନ ହେଲେ ଆଗୁଆ ସୂଚନା ଦିଆଯିବ। ଅନଲାଇନ୍ ରେ ହ୍ବାଟ୍ସଆପ୍ ମାଧ୍ୟମରେ ଏବେ ଶିକ୍ଷାଦାନ ଚାଲିଛି। କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିପାରେ କିନ୍ତୁ ଶିକ୍ଷାଦାନ ନୁହେଁ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।
Related Posts
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023