ପ୍ଲେ ଅଫରୁ ବାଦ୍ ପଡ଼ି ସାରିଛି ଦଳ, ଏବେ କ୍ଵାଲିଫାୟର-୨ ଓ ଫାଇନାଲ୍ରେ କମେଣ୍ଟ୍ରି କରିବେ RCB ଅଧିନାୟକ
26/05/2023 at 6:10 PM

ଅହମ୍ମଦାବାଦ: ଗୁଜରାଟ ଟାଇଟନ୍ସ ବିପକ୍ଷ ନିଜର ଶେଷ ଲିଗ୍ ମ୍ୟାଚ୍ ହାରି ଆଇପିଏଲ୍ ୨୦୨୩ରୁ ବାଦ୍ ପଡ଼ି ସାରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଉ ପୁଣି ଥରେ ବାଙ୍ଗାଲୋରର ଆଇପିଏଲ୍ ଜିତିବା ସ୍ଵପ୍ନ ଚୂରମାର ହୋଇଛି। ନିଜ ଦଳ ବାଦ୍ ପଡ଼ିବା ପରେ ଅଧିନାୟକ ଫାଫ ଡୁପ୍ଲେସିସ୍ ଆଇପିଏଲ୍ କମେଣ୍ଟ୍ରି ଟିମ୍ରେ ଯୋଗ ଦେଇଛନ୍ତି। ସେ କ୍ଵାଲିଫାୟର ୨ ଏବଂ ଫାଇନାଲ୍ ମ୍ୟାଚ୍ରେ ଭାଷ୍ୟକାର ଭୂମିକା ନିର୍ବାହ କରିବେ।
ମୁଁ ଷ୍ଟାର ସ୍ପୋର୍ଟ୍ସର କମେଣ୍ଟ୍ରି ପ୍ୟାନେଲ୍ରେ ଯୋଗ ଦେଇ ମେ ୨୬ ତାରିଖ କ୍ଵାଲିଫାୟର-୨ ଏବଂ ମେ ୨୮ ତାରିଖ ଫାଇନାଲ୍ ମ୍ୟାଚ୍ରେ କମେଣ୍ଟ୍ରି କରିବା ପାଇଁ ବହୁତ ଉତ୍ସାହିତ ବୋଲି ଫାଫ ଡୁ ପ୍ଲେସିସ୍ କହିଛନ୍ତି। ଷ୍ଟିଭ୍ ସ୍ମିଥ ମଧ୍ୟ ଆଇପିଏଲ୍ ୨୦୨୩ର ହୋଲୋଗ୍ରାମ ଲଗାଇ ଆଇପିଏଲ୍ ପ୍ରଥମ ଭାଗରେ କମେଣ୍ଟ୍ରି କରିଥିଲେ।

ବର୍ତ୍ତମାନ ଡୁପ୍ଲେସିସ୍ଙ୍କ ପରି ଭେଙ୍କଟେଶ ଆୟର ମଧ୍ୟ କ୍ଵାଲିଫାୟର ୨ ଏବଂ ଫାଇନାଲ୍ ମ୍ୟାଚ୍ରେ କମେଣ୍ଟ୍ରି କରିବେ। ସେ ତାମିଲ୍ ଭାଷା ସହ କମେଣ୍ଟ୍ରି ପ୍ୟାନେଲ୍ରେ ଯୋଗ ଦେବେ। ତାଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ରୁ ବାଦ୍ ପଡ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ, ଚଳିତ ଆଇପିଏଲ୍ରେ ଫାଫ ଡୁପ୍ଲେସିସ୍ ଦମଦାର ବ୍ୟାଟିଂ କରି ଏ ପର୍ଯ୍ୟନ୍ତ ସର୍ବାଧିକ ରନ ହାସଲକାରୀ ବ୍ୟାଟର ରହିଛନ୍ତି। ସେ ୧୪ଟି ମ୍ୟାଚ୍ରେ ୭୩୦ ରନ କରିଛନ୍ତି। ଏଥିରେ ୮ ଅର୍ଦ୍ଧଶତକ ସାମିଲ୍। ଚଳିତ ସିଜିନରେ ସେ ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିଛନ୍ତି। ଏଥିସହ ସଲ ଆରସିବି ଦଳର ନେତୃତ୍ଵ ନେଇଛନ୍ତି।