‘ହେରା ଫେରି’-୩କୁ ନେଇ କନଫର୍ମ କଲେ ନିର୍ମାତା, ଅଭିନେତାଙ୍କ ନାଁ ଶୁଣି ଖୁସି ହେଲେ ଫ୍ୟାନ୍ସ
24/06/2022 at 11:04 AM

ମୁମ୍ବାଇ ୨୪।୦୬ : ‘ହେରା ଫେରି’ର ପ୍ରଶଂସକମାନେ ଏହାର ପାର୍ଟ-୩ ପାଇଁ ବହୁତ ଦିନ ଧରି ଅପେକ୍ଷା କରି ରହିଛନ୍ତି। ନିକଟରେ ପରେଶ ରାୱଲ ମଧ୍ୟ ‘ହେରା ଫେରି’କୁ ନେଇ ବହୁତ କିଛି କହିଥିଲେ। ସେ କହିଥିଲେ ଯେ ଯଦି ତାଙ୍କୁ ପୂର୍ବ ଭଳି ସମାନ ଭୂମିକାରେ ଅଭିନୟ କରିବାକୁ ପଡିବ ତେବେ ସେ ଫିଲ୍ମ କରିବେ ନାହିଁ। ବର୍ତ୍ତମାନ ନିର୍ମାତାମାନେ ‘ହେରା ଫେରି’୩ ସହିତ ଜଡିତ ଥିବା ଖବର ଲୋକଙ୍କୁ ଏବେ ଖୁସି କରିପାରେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ମାତା ଫିରୋଜ ନାଦିଆଡୱାଲା କହିଛନ୍ତି ଯେ ପୁରୁଣା କାଷ୍ଟ ସହିତ ହେରା ଫେରି-୩ ନିର୍ମିତ ହେବ ଏବଂ ଖୁବ ଶୀଘ୍ର ଫିଲ୍ମର ଘୋଷଣା କରାଯିବ। ଏହି ଖବର ଶୁଣିବା ମାତ୍ରେ ଲୋକଙ୍କ ମଧ୍ୟ ଉତ୍ସାହ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।
#FirozNadiadwala says #HeraPheri3 coming up with the same cast pic.twitter.com/pkx5p4zXs0
— 𝘳𝘢𝘩𝘶𝘶𝘭 (@wtfrahuul) June 23, 2022
ଏହା ଏଭଳି ଏକ ଫିଲ୍ମ ଯାହାର ବହୁତ ଫ୍ୟାନ୍ସ ଫଲୋଇଂ ଅଛନ୍ତି। ଦୀର୍ଘ ସମୟ ଧରି ଦର୍ଶକମାନେ ଏହି କମେଡି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ନିର୍ମାତା ଫିରୋଜ ନାଡିଆଡୱାଲା କହିଛନ୍ତି ଯେ ଫିଲ୍ମ ଖୁବ ଶୀଘ୍ର ଆସିବ। ଅକ୍ଷୟଜୀ, ପରେଶ ଭାଇ ଏବଂ ସୁନୀଲଜୀ ଏହି ଫିଲ୍ମରେ ମୁଖ୍ୟରେ ରହିବେ।ଏବେ କାହାଣୀ ଉପରେ କାମ କରାଯାଉଛି। ଏହାକୁ ନେଇ ନିର୍ମାତା ଆନୁଷ୍ଠାନିକ ଭାବରେ ଫିଲ୍ମ ବିଷୟରେ କହିଛନ୍ତି କିନ୍ତୁ ଲୋକମାନେ ଏପର୍ଯ୍ୟନ୍ତ ନିଶ୍ଚିତ ନୁହଁନ୍ତି।