ଭିନ୍ନ ଢଙ୍ଗରେ ହେବ ବାଲିଯାତ୍ରା, ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ର ଜଲ୍‌ୱା ଦେଖିବେ ଦର୍ଶକ

Published By : Prameya-News7 Bureau | November 02, 2022 IST

କଟକ: ବାଲିଯାତ୍ରାକୁ ଚଳିତବର୍ଷ ଏକ ଭିନ୍ନ ଢଙ୍ଗରେ, ଭିନ୍ନ ରୂପରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଲେଜର ଲାଇଟ ସୋ ବ୍ୟବସ୍ଥା କରାଯାଇଛି। ଲେଜର ଲାଇଟ ସୋ ରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବହାର କରି କଟକରେ ଐତିହସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନିକୁ ନେଇ ଏହା ପ୍ରଦର୍ଶନ କରାଯିବ | ଏନେଇ ଆଜି ବାଲିଯାତ୍ରା ପଡିଆ ଠାରେ ଲେଜର ଲାଇଟ ସୋ ଟ୍ରାଏଲ କରାଯାଇଛି |

wp:html https://youtu.be/P830ckfykvc /wp:html

ଟ୍ରାଏଲରେ ଥ୍ରୀଡି ଆନିମେଶନ ଶହ ମହାତ୍ମାଗାନ୍ଧିଙ୍କ ଜୀବନି ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଛି | ଦିଲ୍ଲୀରୁ ଆସିଥିବା ଟିମ୍ ମହାନଦୀ ପାଣିରେ ଏହାକୁ ଆଜି ଟ୍ରାଏଲ କରିଛନ୍ତି । ବାଲିଯାତ୍ରା ସମୟରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ମାଧ୍ୟମରେ ୮ଦିନ ଧରି ପ୍ରତିଦିନ ସଂଧ୍ୟାରେ ମାଗଣାରେ ଦର୍ଶକ ଏହାର ମଜା ନେଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.