ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ, ୧୨ ହଜାର ୧୦୦ କୋଟି ପ୍ରଦାନ କଲା ଟାଟା
4/07/2022 at 6:49 PM

ଭୁବନେଶ୍ଵର: ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରକ୍ରିୟା ଶେଷ ହେବା ପରେ ନୀଳାଚଳ ଇସ୍ପାତ ନିଗମକୁ ହାତକୁ ନେଇଛି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ। ନୀଳାଚଳ ଇସ୍ପାତ ନିଗମ ରେ କେନ୍ଦ୍ର ସରକାରଙ୍କର mmtc, nmdc, bhel, mecon ସହ ଓଡ଼ିଶା ସରକାରଙ୍କ ର ଓଡ଼ିଶା ଖଣି ନିଗମ ଓ ଇପିକଲ ର ମିଳିତ ଅଂଶୋଧନ ଥିଲା। ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।।

ପୁଞ୍ଜି ପ୍ରତ୍ୟାହାର ବାବଦକୁ ୧୨ ହଜାର ୧୦୦ କୋଟି ଟଙ୍କା ପ୍ରଦାନ କରିଛି ଟାଟା। ଯାହାକି ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ବକେୟା ପାଉଣା, ଆନୁଷଙ୍ଗିକ ଖର୍ଚ୍ଚକୁ ଏହା ଭରଣା କରିଛି। ଜାନୁଆରୀ ୩୧ ଟିସିପିଏଲ ସର୍ବୋଚ୍ଚ ବିଡିଂ ଅନୁମୋଦନ ପରେ ବିଜେତାକୁ ଗତ ଫେବୃଆରୀ ମାସରେ ସେୟାର କ୍ରୟ ଚୁକ୍ତିନାମାରେ ଲେଟର ଅଫ ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ଆଗାମୀ ଦିନରେ ୩୦୦ ଏକର ଜମିରେ ଯାଜପୁର କଳିଙ୍ଗ ନଗରରେ ଆନ୍ସିଲାରି ଡାଉନ୍ ଷ୍ଟିମ୍ ପାର୍କ କରିବା ଯୋଜନା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା।

ଶ୍ରମିକଙ୍କ ବକେୟା ପାଉଣା ବାବଦକୁ ୩୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ୧୦ ମିଲିଅନ ଟନକୁ ବଢିବ ଉତ୍ପାଦନ କ୍ଷମତା। ୮ ବର୍ଷରେ ୮୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। କଳିଙ୍ଗ ନଗର ରେ ଇସ୍ପାତ ଉତ୍ପାଦନ କ୍ଷମତା୩୦0 ମିଲିଅନ ଟନ କୁ ବଢିବ। ଏହାକୁ ନଜରରେ ରଖି କଳିଙ୍ଗ ନଗରରେ ୩୦୦ ଏକର ଜାଗାରେ ହେବ ଷ୍ଟିଲ ଡାଉନ ଷ୍ଟ୍ରମ ପାର୍କ।
ଏହି ଅବସରରେ ଆୟୋଜିତ ଡିପାର୍ଟେମେଣ୍ଟ ଅଫ ଇନ ଭେଷ୍ଟ ମେଣ୍ଟ ଆଣ୍ଡ ପବ୍ଲିକ ଆସେଟମେଣ୍ଟ ,(dipm)ର ସଚିବ ତୁହିନକାନ୍ତ ପାଣ୍ଡେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏହି ଅବସରରେ ଟିସିପିଏଲ, ଓଏମସି ଓ ଇପିକଲ୍ ର ଅଧିକାରୀ ଉପସ୍ଥିତ ଥିଲେ।