ଫ୍ଲିପକାର୍ଟରୁ ଫୋନ ପେ'ର ଅଲଗା ହେବା ପ୍ରକ୍ରିୟା ସମ୍ପୂର୍ଣ୍ଣ, ସିଇଓ କହିଲେ- ଭବିଷ୍ୟତର ବୃଦ୍ଧି ଉପରେ ଜୋର

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ଫ୍ଲିପକାର୍ଟ ଏବଂ ଫୋନ ପେ' ମଧ୍ୟରେ ଅଲଗା ହେବା ପ୍ରକ୍ରିୟା ପୂରା ହୋଇଛି । ତେବେ ଦୁଇ କମ୍ପାନି ଆମେରିକାର ଖୁଚୁରା କମ୍ପାନି ୱାଲମାର୍ଟ ଅଧିନରେ କାମ କରିବା ଜାରି ରଖିବେ । ଶୁକ୍ରବାର ଏକ ମିଳିତ ବୟାନରେ ଏହି ସୂଚନା ଦିଆଯାଇଛି । ଫ୍ଲିପକାର୍ଟ ଗ୍ରୁପ ୨୦୧୬ ମସିହାରେ ଫୋନ ପେ'ର ଅଧିଗ୍ରହଣ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଫୋନ ପେ ନିଜର ଆଇପିଓ ଜାରି କରିବା ପ୍ରସ୍ତୁତିରେ ଲାଗିଛି ।

ବୟାନରେ କୁହାଯାଇଛି ଯେ, ଏହି ନେଣ-ଦେଣ ଅନ୍ତର୍ଗତରେ ୱାଲମାର୍ଟର ନେତୃତ୍ୱରେ ଫ୍ଲିପକାର୍ଟ ସିଙ୍ଗାପୁର ଏବଂ ଫୋନ ପେ' ସିଙ୍ଗାପୁରର ବର୍ତ୍ତମାନର ସେୟାର ଧାରକମାନେ ଫୋନ ପେ' ଇଣ୍ଡିଆରେ ସିଧା ସେୟାର କିଣିଛନ୍ତି । ଏହା ଫଳରେ ଫୋନ ପେ ସମ୍ପୂର୍ଣ୍ଣ ରୂପେ ଭାରତୀୟ କମ୍ପାନି ହେବାର ପ୍ରକ୍ରିୟା ପୂରା ହୋଇଛି । ଏହି ପ୍ରକ୍ରିୟା ଚଳିତ ବର୍ଷ ଆରମ୍ଭ ହୋଇଥିଲା। ୱାଲମାର୍ଟ ଉଭୟ କମ୍ପାନିର ସର୍ବାଧିକ ଅଂଶଧାରକ ହୋଇ ରହିବ।

ଫୋନ ପେ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସମୀର ନିଗମ କହିଛନ୍ତି, 'ଫ୍ଲିପକାର୍ଟ ଏବଂ ଫୋନ ପେ ୪୦-୪୦ କୋଟି ୟୁଜର୍ସଙ୍କ ସହ ଭାରତୀୟ ବ୍ରାଣ୍ଡ ହୋଇଛି'। ଏହାସହ କମ୍ପାନିର ଭରିଷ୍ୟତର ବୃଦ୍ଧି ଉପରେ ଜୋର ଦିଆଯିବ ବୋଲି ସେ କହିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.