'ବିଭିନ୍ନ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହେବା ପ୍ରକ୍ରିୟା ଭିନ୍ନ, ଦ୍ବିତୀୟ ଥର ସଂକ୍ରମଣ ହେବନି କହିବା ମୁସ୍କିଲ' : ବିଶେଷଜ୍ଞ

Published By : Prameya-News7 Bureau | June 19, 2021 IST

ନୂଆଦିଲ୍ଲୀ ୧୯/ ୦୬ : ଦେଶରେ କରୋନା ସଂକ୍ରମଣର ସଞ୍ଜୀବନୀ ତଥା ଅସ୍ତ୍ର କୁହାଯାଉଥିବା ଭ୍ୟାକସିନ ଏବେ ସଂକ୍ରମଣକୁ ରୋକିବାକୁ ତାର ଯୁଦ୍ଧ ଜାରି ରଖିଛି । ଭ୍ୟାକସିନ ନେବା ପରେ ସଂକ୍ରମଣ ହାର ତଥା ମୃତ୍ୟୁ ହାର ମଧ୍ୟ ବେଶ କମିଯିବ ବୋଲି ଏକ୍ସପର୍ଟମାନେ ବିଭିନ୍ନ ସମୟରେ ମତ ଦେଇଛନ୍ତି ଏବଂ ତାହା ପ୍ରମାଣିତ ମଧ୍ୟ ହୋଇଛି । କିନ୍ତୁ କିଛି ବ୍ୟକ୍ତି କୋଭିଡରୁ ସୁସ୍ଥ ହୋଇସାରିବା ପରେ ମଧ୍ୟ ସେମାନଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡି ସୃଷ୍ଟି ହେଉନଥିବା ଜଣାପଡିଛି । ଟିକା ନେବା ପରେ ସେମାନଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡି ତିଆରି ହେଉଛି କି ନାହିଁ କିମ୍ବା କେତେ ପରିମାଣର ଆଣ୍ଟିବଡି ତିଆରି ହେଉଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ନବନୀତ ସୁଦ ।

କିନ୍ତୁ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ସୁପରସ୍ପେଶାଲିଟି ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞ ଡାକ୍ତର ନବନୀତ ସୁଦ । ସେ କହିଛନ୍ତି, 'କୋଭିଡରୁ ସୁସ୍ଥ ହୋଇସାରିବା ପରେ ମଧ୍ୟ କିଛି ବ୍ୟକ୍ତିଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡି ସୃଷ୍ଟି ହେଉନଥିବା ଜଣାପଡିଛି । ଏହାର କାରଣ ହେଉଛି ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି ସେମାନଙ‌କ ସଂକ୍ରମଣର ତୀବ୍ରତା କେତେ ବା କେତେ ସେମାନଙ୍କ ଶରୀରରେ କେତେ ପରିମାଣର ଭାଇରାଲ ଲୋଡ ହୋଇ ରହିଛି । ଥରେ ସଂକ୍ରମିତ ହେବା ପରେ ଆଣ୍ଟିବଡି ତିହାରି ହେବା ଏକପ୍ରକାର ଥୟ କିନ୍ତୁ ରୋଗୀଙ୍କ ସଂକ୍ରମିତ ମାତ୍ରା ଉପରେ ତାହା ନିର୍ଭର କରେ ଯେ କେତେ ପରିମାଣର ଆଣ୍ଟିବଡି ତିହାରି ହେବ ।'

ଭାଇରସଠାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରରେ ଆଣ୍ଟିବଡି ତିହାରି ହୋଇଥାଏ ଯାହାକି ଭାଇରସ ସହିତ ଲଢିଥାଏ । କିନ୍ତୁ ଏହା ଭିନ୍ନ ଲୋକଙ୍କ ଶରୀର ଭିନ୍ନ ଭିନ୍ନ ଭାବେ କାର୍ଯ୍ୟକରିଥାଏ । ଯଦି ରୋଗୀର ରକ୍ତ କିମ୍ବା ଫୁସଫୁସ ଯାଏଁ ଭାଇରସ ସଂକ୍ରମିତ ହୋଇଯାଏ ତେବେ ସେ କ୍ଷେତ୍ରରେ ଖୁବ କମ ମାତ୍ରାରେ ଆଣ୍ଟିବଡି ତିଆରି ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି T cell ଏବଂ B cell ରେ ବିଭକ୍ତ ହୋଇପାରେ । T cells ଗୁଡ଼ିକର କୌଣସି ସୂଚକ ନଥାଏ ଏବଂ ସେଗୁଡିକ ମଣିଷର ଶରୀରକୁ ଅନେକ ପ୍ରକାରର ସଂକ୍ରମଣ ଏବଂ ଜୀବାଣୁରୁ ରକ୍ଷା କରନ୍ତି । ଥରେ ସଂକ୍ରମଣ ହେବା ପରେ ତିଆରି ହୋଇଥିବା ଆଣ୍ଟିବଡିଗୁଡିକ ବି କୋଷିକା ତିଆରି କରେ । ଏହିଭଳି ଭାବେ କୋଭିଡ ଆଣ୍ଟିବଡିଗୁଡିକ ବି କୋଷରେ ମଧ୍ୟ ଯୋଗ ହୁଏ । କିନ୍ତୁ କୌଣସି ପ୍ରକାର ସଂକ୍ରମଣରୁ ସୁରକ୍ଷା ଯୋଗାଇବାରେ ଉଭୟ T cells ଏବଂ B cells ଗୁରୁତ୍ୱପୂର୍ଣ୍ଣ ।

ଡକ୍ଟର ସୁଦ କହିଛନ୍ତି ଯେ, ବ୍ଲଡ୍‌ ସେଲ କିମ୍ବା ଫୁସଫୁସରେ ସଂକ୍ରମଣ ପହଞ୍ଚିଛି କି ନାହିଁ ଜାଣିବା ଭଳି ସଂକ୍ରମଣର ତୀବ୍ରତା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଣ୍ଟିବଡି ସଂକ୍ରମଣରୁ ରକ୍ଷା କରିଥାଏ କିନ୍ତୁ ଗ୍ୟାରେଣ୍ଟି ଦେଇନଥାଏ ଯେ ତାହା ପୁନର୍ବାର ସଂକ୍ରମିତ କରିବ କି ନାହିଁ। ଡକ୍ଟର ସୁଦ ଏହା ମଧ୍ୟ କହିଛନ୍ତି ଯେ କୋଭିଡ କେବଳ ଫୁସଫୁସକୁ ସଂକ୍ରମିତ କରେ ନାହିଁ, ବରଂ ଏହା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.