କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ରାଜାଗାଦିରେ ବସିବା ପରେ ପ୍ରଥମ ଆଲୋଚନା
3/01/2023 at 9:59 PM

ନୂଆଦିଲ୍ଲୀ, ୦୩/୦୧: ବ୍ରିଟେନ୍ର କିଙ୍ଗ୍ ଚାର୍ଲ୍ସ ୩ୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଉଭୟଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଛି। ବ୍ରିଟେନରେ ରାଜପଦ ସମ୍ଭାଳିବା ପରେ ଚାର୍ଲ୍ସ ତୃତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ କଥାବାର୍ତ୍ତା। ଫୋନ୍ କଲ୍ରେ ଅନେକ ପ୍ରସଙ୍ଗରେ ଆଲେଚନା ହୋଇଥିଲା। ଯେଉଁଥିରେ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ସଂରକ୍ଷଣ ଆଦି ଉପରେ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଚାର୍ଲ୍ସଙ୍କ ରୁଚିକୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ କିଙ୍ଗ ଚାର୍ଲ୍ସକୁ ଜି୨୦ ଅଧ୍ୟକ୍ଷତା ପାଇଁ ଭାରତର ପ୍ରାଥମିକତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ ମିଶନ ଲାଇଫ୍-ଲାଇଫ୍ଷ୍ଟାଇଲ ଫର ଏନଭାରମେଣ୍ଟର ପ୍ରାସଙ୍ଗିକତା ବିଷୟରେ ମଧ୍ୟ କହିଛନ୍ତି। କମନଓ୍ବେଲ୍ଥ ଦେଶ ଏବଂ ଏହାର କାର୍ଯ୍ୟକୁ ଅଧିକ ମଜବୁତ କରିବା ଉପରେ ଚର୍ଚ୍ଚାହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କିଙ୍ଗ୍ ଚାର୍ଲ୍ସ, କମନଓ୍ବେଲ୍ଥ ଦେଶ ଏବଂ ଏହାର କାର୍ଯ୍ୟକୁ ଆହୁରି ଅଧିକ ମଜବୁତ କରିବାର ଉପାୟ ଉପରେ ବିଚାର ବିମର୍ଶ କରିଥିଲେ। ଉଭୟ ଦେଶ ମଧ୍ୟରେ ‘ଜୀବତ ପୋଲ’ ଭାବରେ କାର୍ଯ୍ୟ କରିବା ଏବଂ ଦ୍ବିପାକ୍ଷିକ ସମ୍ପର୍କକୁ ସମୃଦ୍ଧ କରିବାରେ ୟୁକେରେ ଭାରତୀୟ ସମୁଦାୟଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି କିଙ୍ଗ ଚାର୍ଲ୍ସ।