ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ଯୁବକଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 03, 2023 IST

ବାଲେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି । ବାଲେଶ୍ୱର ହସ୍ପିଟାଲ ଯାଇ ସେଠାରେ ଆହତଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଡାକ୍ତରଙ୍କ ସହ ଆଲୋଚନା କରି ଆହତଙ୍କୁ ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବା ପାଇଁ କହିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ସରକାର ଏବଂ ସ୍ଥାନୀୟ ଯୁବକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ପିଏମ୍ କହିଛନ୍ତି, 'ମୁଁ ଓଡ଼ିଶା ସରକାର ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମକୁ ଅଭିନନ୍ଦନ ଜଣାଉଛି । ସ୍ଥାନୀୟ ନାଗରିକଙ୍କୁ ମଧ୍ୟ ହୃଦୟରୁ ଅଭିନନ୍ଦନ ଜଣାଉଛି । କାରଣ ସେମାନେ ଏହି ସଂକଟର ସମୟରେ ରକ୍ତ ଦାନ ହେଉ କିମ୍ୱା ଉଦ୍ଧାର କାର୍ଯ୍ୟରେ ସହଯୋଗ ହେଉ ସବୁଥିରେ ସେମାନଙ୍କ ଯୋଗଦାନ ପ୍ରଶଂସନୀୟ । ସ୍ଥାନୀୟ ଯୁବକମାନେ ସାରା ରାତି ସହଯୋଗ କରିଛନ୍ତି । ଏଥିପାଇଁ ସେମାନଙ୍କୁ ପ୍ରମାଣ କରୁଛି । ସେମାନଙ୍କ ସହଯୋଗରୁ ହିଁ ଅପରେସନକୁ ଜୋରଦାର କରାଯାଇ ପାରିଲା'।

wp:html /wp:html

ପିଏମ୍ କହିଛନ୍ତି, ‘ରେସକ୍ୟୁ ଏବଂ ରେଷ୍ଟୋରେସନରେ ରେଲୱେ ନିଜର ପୂରା ଶକ୍ତି ଲଗାଇ ଦେଇଛି । ଘଟଣାସ୍ଥଳକୁ ଯାଇ ସବୁ ସ୍ଥିତି ଦେଖି ଫେରିଛି । ହସ୍ପିଟାଲରେ ଆହତଙ୍କ ସହ କଥା ହୋଇଛି । ଏହି ବେଦନାକୁ ପ୍ରକାଶ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । କିନ୍ତୁ ଏହି ଦୁଃଖରୁ ବାହାରିବା ପାଇଁ ପରମାତ୍ମା ଆମ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ । ଆମେ ଏହି ଘଟଣାକୁ ଅନେକ ଶିକ୍ଷା ଲାଭ କରି ଆମ ବ୍ୟବସ୍ଥାକୁ ନାଗରିକଙ୍କୁ ପ୍ରାଥମିକ ନେଇ ବଢାଇବୁ । ଦୁଃଖର ଏହି ପରିସ୍ଥିତିରେ ଆମେ ପୀଡିତଙ୍କ ପରିଜନଙ୍କ ପାଇଁ ପ୍ରାର୍ଥନା କରିବା’।

ଶୁକ୍ରବାର ସଂଧ୍ୟାରେ ବାହାନଗାରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ, ସାଲୀମାର-ଚେନ୍ନାଇ-ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ଏକ ମାଲଗାଡ଼ି ମଧ୍ୟରେ ଦୁର୍ଘଟଣା ଯୋଗୁଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ୧୦୦୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି ।

READ ALSO:‘ଏହା ଅତ୍ୟନ୍ତ ବେଦନାଦାୟକ, ବିଚଳତ କରୁଛି’, ମୃତକଙ୍କ ପରିଜନଙ୍କ ସହ ଠିଆ ହୋଇଛନ୍ତି ସରକାର : ପ୍ରଧାନମନ୍ତ୍ରୀ ମୋଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.