ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଏହି ରାଜ୍ୟରେ ହ୍ରାସ ହେଲା ସିମେଣ୍ଟ ଓ ଲୁହାଛଡ ଦାମ, ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖସିଲା ଦର,ଜାଣନ୍ତୁ ଆଉ କମିବ କେତେ?

26/05/2022 at 8:26 PM

ରାୟପୁର ୨୬।୫:  ଛତିଶଗଡରେ ସିମେଣ୍ଟ ଓ ଲୁହା ଛଡର ମୂଲ୍ୟ ହ୍ରାସ ରିଏଲ ଇଷ୍ଟେଟ କମ୍ପାନୀ ଓ ନିଜର ଘର ନିର୍ମାଣ କରୁଥିବା ଘରୋଇ ଲୋକଙ୍କୁ ଆଶ୍ୱସ୍ତ କରିଛି। ଲୁହାଛଡ ଟନ ପିଛା ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ସିମେଣ୍ଟ ୫୦ କେଜି ପ୍ୟାକେଟ ମୂଲ୍ୟରେ ୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ଫଳରେ ଘର ତୋଳୁଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଚଳିତ ଗ୍ରୀଷ୍ମ ଋତୁରେ ସିମେଣ୍ଟ ଓ ଷ୍ଟିଲ ଦର ଆକାଶ ଛୁଇଁଥିଲା। ମୂଲ୍ୟ ବୃଦ୍ଧି ଯୋଗୁ ଛଡ ଟନ ପିଛା ୭୫ରୁ ୮୦ ହଜାର ଟଙ୍କା ଦରରେ ବିକ୍ରି ହେଉଥିଲା। ସେହିପରି ସିମେଣ୍ଟ ଦର ମଧ୍ୟ ବସ୍ତାପିଛା ୩୫୦ ଟଙ୍କାକୁ ପହଞ୍ଚିଯିବା ଗ୍ରାହକଙ୍କୁ ନିରାଶ କରିଥିଲା। ଏଣୁ ଅନେକ ନିର୍ମାଣ କାମ ଅଚାନକ ଅଟକି ଯାଇଥିଲା। ଏଣୁ ପ୍ରାୟ ମାସେ ହେବ ବଜାରରେ ଛଡ ଓ ସିମେଣ୍ଟ ଚାହିଦା ମଧ୍ୟ ହ୍ରାସ ହୋଇଥିଲା। ଖାସ ଏହି କାରଣରୁ ଷ୍ଟିଲ ଓ ସିମେଣ୍ଟ କମ୍ପାନୀମାନେ ମୂଲ୍ୟ ହ୍ରାସ ଲାଗି ବାଧ୍ୟ ହୋଇଛନ୍ତି।

ଗୃହ ନିର୍ମାଣକାରୀମାନଙ୍କ ଅନୁସାରେ ମାସକ ପୂର୍ବେ ସିମେଣ୍ଟ ବସ୍ତାପିଛା ୩୫୦ ଟଙ୍କା ଦରରେ ବିକ୍ରି ହେଉଥିଲା। ଏବେ ଏହା ୩୦୦ ଟଙ୍କାକୁ ଖସି ଆସିଛି। ସେହିପରି ଛଡ ଟନ ପିଛା ଦର ୭୫ରୁ ୮୦ ହଜାର ଥିବା ବେଳେ ଏବେ ୬୫ରୁ ୭୦ ହଜାର ଟଙ୍କାରେ ମିଳି ଯାଉଛି। ହେଲେବି ଏହା ଅତ୍ୟଧିକ ବୋଲି କହୁଛନ୍ତି। ସେପଟେ ମୂଲ୍ୟ ବୃଦ୍ଧି ଯୋଗୁ ଟୁ ବିଏଚକେ ଘରର ନିର୍ମାଣ ଖର୍ଚ୍ଚ ବଢି ଯାଇଥିବା ରିଏଲ ଇଷ୍ଟେଟ୍ ବେପାରୀମାନେ କହିଛନ୍ତି। ଏବେ ମୂଲ୍ୟ ବୃଦ୍ଧି ଯୋଗୁ କେବଳ କାନ୍ଥ ଓ ଛାତ ପକାଇବାରେ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଉଥିବା ସେମାନେ କହିଛନ୍ତି।

ତେବେ ମୌସୁମୀ ପୂର୍ବରୁ ନିର୍ମାଣ ସାମଗ୍ରୀର ଚାହିଦା ରହିଥାଏ ବୋଲି ସିମେଣ୍ଟ ଓ ଛଡ ବ୍ୟବସାୟୀମାନେ କହିଛନ୍ତି। ହେଲେ ଚଳିତବର୍ଷ ଚାହିଦା କାଳରେ ମୂଲ୍ୟ ବୃଦ୍ଧି ଲୋକଙ୍କୁ ନିରୁତ୍ସାହିତ କରିଥିଲା। ଏବେ ମୂଲ୍ୟରେ ସାମାନ୍ୟ ସୁଧାର ହୋଇଛି। ମାନସୁନ ପରେ ଏହା ଆହୁରି ହ୍ରାସ ହେବ ବୋଲି ବ୍ୟବସାୟୀମାନେ ଆଶାବ୍ୟକ୍ତ କରିଛନ୍ତି। ବର୍ଷାଦିନ ନିର୍ମାଣ କାମ ହୁଏନି ଏଣୁ ଆଗାମୀ ସମୟରେ ମୂଲ୍ୟ ଆହୁରି ହ୍ରାସ ହୋଇପାରେ ବୋଲି ସେମାନେ କହିଛନ୍ତି।

   Related Posts