ଏହି କଳା ଚାଉଳର ମୂଲ୍ୟ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍ : ଏହି ସବୁ ରୋଗରୁ ମିଳିବ ତୁରନ୍ତ ମୁକ୍ତି
19/08/2019 at 5:29 PM

ଯଦି କିଛି ସ୍ଥାନକୁ ଛାଡ଼ିଦେବା ତେବେ ଭାରତରେ ପାଖାପାଖି ସମସ୍ତ ସ୍ଥାନରେ ସର୍ବାଧିକ ଚାଉଳ ଖିଆଯାଇଥାଏ। ଏଠାରେ ପାଖାପାଖି ୨୦ଟଙ୍କାରୁ ଆରମ୍ଭ ହୋଇ କିଲୋଗ୍ରାମ୍ ପ୍ରତି ୫୦୦ଟଙ୍କାର ଚାଉଳ ମିଳିଥାଏ। ଆଜି ଆମେ ଆଲୋଚନା କରିବୁ ଏପରି ଚାଉଳ ବିଷୟରେ ଯାହାକୁ କଳା ସୁନା କୁହାଯାଇଥାଏ। ଦାବି କରାଯାଉଛି ଯେ ଏହି କଳା ସୁନା ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ ଯେପରିକି ଡାଇବେଟିସ୍,କୋଲେଷ୍ଟୋଲ,ରକ୍ତଚାପ ଏବଂ କ୍ୟାନସର।

ମଣିପୁରରେ ଉତ୍ପାଦନ ହେଉଥିବା ଏହି ବିଶେଷ କଳା ଚାଉଳର ଦାମ୍ ଶୁଣି ଅନେକ ଲୋକଙ୍କର ହୋସ୍ ଉଡ଼ିଯିବ। କିଲୋ ପ୍ରତି ୧୮୦୦ଟଙ୍କାରେ ବିକ୍ରି ହେଉଥିବା ଏହି କଳା ଚାଉଳରେ ପୋଷକ ତତ୍ତ୍ବର ମାତ୍ରା ଅନ୍ୟ ଚାଉଳଠୁ ସବୁଠୁ ବେଶୀ ଥାଏ। ଏହାର ଗୁଣ ଦେଖି ୧୮୦୦ଟଙ୍କା ମୂଲ୍ୟ ମଧ୍ୟ କମ୍ ଲାଗିଥାଏ।

ଏହି ରାଜ୍ୟର ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଏବଂ ଏଥିରେ ମିଳୁଥିବା ଔଷଧୀୟ ଗୁଣ ଦ୍ବାରା ଅଧିକାଂଶ ଲୋକଙ୍କୁ ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ମଣିପୁର ସରକାରଙ୍କ କୃଷି ବିଭାଗ ଏହି ଚାଉଳର ବ୍ରାଣ୍ଡିଙ୍ଗ ପାଇଁ ଉଦ୍ୟମ ଚାଲିଛି। ସରକାରଙ୍କ କହିବାନୁସାରେ ଏହି ଚାଉଳ ମଣିପୁର ସଂସାଧନର ଆର୍ଥିକ ବ୍ୟବସ୍ଥାକୁ ସୁଧାରିପାରେ। ସରକାର ଏହି ଚାଉଳର ଜୋର ଶୋରରେ ବ୍ରାଣ୍ଡିଙ୍ଗ୍ କରୁଛନ୍ତି।

ସବୁ ପ୍ରକାର ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଏହି କଳା ଚାଉଳକୁ ଖାଇବା ଦ୍ବାରା ଏଥିରୋସ୍କେରୋସିସ ରୋଗ,ଉଚ୍ଚ ରକ୍ତଚାପ,ମାନସିକ ଅବସାଦ,ଉଚ୍ଚ କୋଲେଷ୍ଟୋଲ୍,ଆର୍ଥରାଇଟିସ୍,କ୍ୟାନସର ଏବଂ ଆଲର୍ଜି ରୋଗରୁ ମୁକ୍ତି ମିଳିଥାଏ। କଳା ଚାଉଳ ମେଦବହୁଳତା କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ହୃଦୟକୁ ସୁସ୍ଥ ଏବଂ ମଜବୁତ ରଖିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ। ଏଥିରେ ଥିବା ଫାଇଟୋକେମିକାଲ୍ କୋଲେଷ୍ଟୋଲର ସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହା ସହିତ ହୃଦୟର ଧମନୀରେ ଏଥିରୋସ୍କେରୋସିସ ପ୍ଲେକ୍ ଫରମେସନର ସମ୍ଭାବନା କମ୍ କରିଥାଏ ଯାହା ଦ୍ବାରା ହୃଦଘାତ ଏବଂ ଷ୍ଟୋକର ସମ୍ଭାବନା କମ୍ ଥାଏ।

କଳା ଚାଉଳରେ ଏନ୍ଥୋସାୟନିନ ନାମକ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ ଯାହା କାର୍ଡ଼ିଓଭାସ୍କୁଲାର ଏବଂ କ୍ୟାନସର ଭଳି ରୋଗରୁ ମୁକ୍ତି ଦେଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏଥିରେ ଥିବା ବିଶେଷ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ବ ଆଖି ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ଠିକ୍ କରିବା ସହ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ।
