LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କମିବ ପିଆଜ ଦାମ, ରାଜ୍ୟଗୁଡିକୁ ଯୋଗାଇ ଦିଆଯିବ ୧୫୦୦୦ ଟନ୍

6/11/2020 at 5:29 PM

ନୂଆଦିଲ୍ଲୀ ୦୬।୧୧: ପିଆଜ ଦର ଆକାଶ ଛୁଆଁ। ସଂପ୍ରତି ଦେଶର ଅନେକ ଭାଗରେ ପିଆଜ କିଲୋ ପିଛା ୮୦ ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ହେଲେ ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଅନ୍ୟ ରାଜ୍ୟରେ ପିଆଜର ନୂତନ ଅମଳ ହେବାରୁ ଦରରେ ଲଗାମ ଲାଗିଛି। ଆଗାମୀ ଦିନରେ ପିଆଜର ଦାମ୍ କମ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ସରକାରୀ ସଂସ୍ଥା ନାଫେଡ ଆମଦାନୀ ହୋଇଥିବା ୧୫୦୦୦ ଟନ ପିଆଜ ରାଜ୍ୟଗୁଡିକୁ ଯୋଗାଇବାକୁ ଆଦେଶ ଜାରି କରିଛି। ଏହି ସମ୍ବନ୍ଧରେ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପରେ ଘରୋଇ ବଜାରରେ ଉପଲବ୍ଧତା ବଢିବା ସହ ପିଆଜ ଦର ନିୟନ୍ତ୍ରଣରେ ରହିବ ବୋଲି ନାଫେଡ କହିଛି।

ନାଫେଡ କହିଛି ବିଦେଶରୁ ଆମଦାନୀ ହୋଇଥିବା ପିଆଜ ବନ୍ଦରରୁ ବୀତରିତ କରାଯିବ। ତେଣୁ ଯୋଗାଣ ସୁନିଶ୍ଚିତ ପାଇଁ ରାଜ୍ୟ ସରକାରଙ୍କୁ ପଚାରଛନ୍ତି ଯେ, ଆପଣଙ୍କୁ କେତେ ପିଆଜ ଦରକାର। ନାଫେଡ ଆଶା ପ୍ରକାଶ କରିଛି ଯେ, ସରକାରଙ୍କ ନୀତିଗତ ହସ୍ତକ୍ଷେପ, ଆମଦାନୀ ତଥା ନୂତନ ଅମଳରେ ଯୋଗାଣ ଆହୁରି ତ୍ଵରାନ୍ଵିତ ହେବ ଏବଂ ପିଆଜ ଦର ସ୍ଵାଭାବିକ ରହିବ।

ଅଧିକାରୀଙ୍କ ଅନୁଯାୟୀ ଗୁରୁବାର ନାଫେଡକୁ ଟୁଟିକୋରିନ ଏବଂ ମୁମ୍ବାଇରେ ଯୋଗାଣ ପାଇଁ ଜାରି ଟେଣ୍ଡର ପାଇଁ ଭଲ ପ୍ରତିକ୍ରିୟା ମିଳିଛି। ନାଫେଡ ଚଳିତ ବର୍ଷ ପିଆଜର ଗୁଣବତ୍ତା ଓ ଆକାର ଉପରେ ବିଶେଷ ଜୋର ଦେଇଛି। ଉଲ୍ଲେଖନୀୟ ଭାରତରେ ସାଧାରଣତଃ ମଧ୍ୟମ ଆକାରର ପିଆଜକୁ ବହୁତ ପସନ୍ଦ କରାଯାଏ। କିନ୍ତୁ ବିଦେଶୀ ପିଆଜର ଆକାର ୮୦ ମିମି ବଡ ହୋଇଥାଏ।

   Related Posts