୧୧ରେ କଟକ ଆସିବେ ରାଷ୍ଟ୍ରପତି, ଦ୍ୱିତୀୟ ରାଇସ କଂଗ୍ରେସର କରିବେ ଉଦଘାଟନ, ପ୍ରସ୍ତୁତି ଜୋରଦାର

Published By : Prameya-News7 Bureau | February 06, 2023 IST

କଟକ: ଆସନ୍ତା ୧୧ ତାରିଖରେ କଟକ ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ର ବା ଏନ ଆର ଆର ଆଇ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନ ଆର ଆର ଆଇରେ ଅନୁଷ୍ଠିତ ଦ୍ଵିତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବା ସହ ହେଲିପ୍ୟାଡ ଓ କାର୍ଯ୍ୟକ୍ରମ ସ୍ଥଳ ବୁଲି ଦେଖିଛନ୍ତି ବରିଷ୍ଠ ଅଧିକାରୀ।

ଦ୍ୱତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ବା ଏନ ଆର ଆର ଆଇ ରେ ଅନୁଷ୍ଠିତ ତିନିଦିଦିଆ ସମ୍ମିଳନୀକୁ ୧୧ ତାରିଖ ବା ଶନିବାର ଦିନ ଉଦଘାଟନ କରିବେ ରାଷ୍ଟ୍ରପତି। ଏହି ରାଇସ କଂଗ୍ରେସରେ ଦେଶ ବିଦେଶ ରୁ ପ୍ରାୟ ପାଞ୍ଚ ଶହ ବୈଞ୍ଜାନିକ ମଧ୍ୟ ଯୋଗ ଦେବେ। ସେଥିପାଇଁ ଏନ ଆର ଆର ଆଇ ପକ୍ଷରୁ ପ୍ରସ୍ତୁତି ଯୋରଦାର କରାଯାଇଛି।ଏନ ଆର ଆର ଆଇର ଅଡିଟୋରିୟମରେ ଅନୁଷ୍ଠିତ ହେବ ଏହି ଜାତୀୟ ରାଇସ କଂଗ୍ରେସ। ସେଥିପାଇଁ ଅଡିଟୋରିୟମ ସହ ରାଷ୍ଟ୍ରପତିଙ୍କ ହେଲିପ୍ୟାଡ ସହ ସମସ୍ତ କାର୍ଯ୍ୟ ଜାରି ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା।ରାଷ୍ଟ୍ରପତିଙ୍କ ବ୍ଲୁ ବୁକ ନିୟମ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।ଏଗାର ତାରିଖ ସକାଳ ୧୧ଟା ସମୟ ରେ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଆସି ଏନ ଆର ଆର ଆଇ ପରିସରରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ।ସେଠାରୁ ଅଡିଟୋରିୟମ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସେଥି ପାଇଁ ରାଷ୍ଟ୍ରପତିଙ୍କ ହେଲିପ୍ୟାଡ ଠାରୁ ସଭା ସ୍ଥଳରେ କିଭଳି ସୁରକ୍ଷା ଗ୍ରହଣ କରାଯିବ ସେ ନେଇ କମିଶନରେଟ ପୋଲିସ ର ବରିଷ୍ଠ ଅଧିକାରୀ ମାନେ ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତି ଙ୍କ ର ପ୍ରାୟ 35 ମିନିଟ ର କାର୍ଯ୍ୟକ୍ରମ ରହିଛି।ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.