suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶିବାଜୀଙ୍କୁ ନେଇ କର୍ଣ୍ଣାଟକ ରାଜନୀତି ହୁଲୁସ୍ତୁଲ, ଗୋଟିଏ ମୂର୍ତ୍ତିର ହେଲା ଦୁଇ ଦୁଇ ଥର ଲୋକାର୍ପଣ, ବିଜେପି-କଂଗ୍ରେସ ମୁହାଁମୁହିଁ

6/03/2023 at 6:42 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜନୀତି ବେଶ ସରଗରମ ରହିଛି। ରାଜ୍ୟରେ ଅଲଗା ଅଲଗା ସମୁଦାୟର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଛନ୍ତି। ଲିଙ୍ଗାୟତରେ ନିଜର ଭୋଟ୍ ବ୍ୟାଙ୍କ ଦେଖୁଥିବା ପାର୍ଟି ଏବେ ନିର୍ବାଚନରେ ମରାଠି ସଂପ୍ରଦାୟଙ୍କ ପ୍ରତି ମଧ୍ୟ ସମ୍ବେଦନଶୀଳ ରହିଛନ୍ତି। ତେଣୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ପକ୍ଷରୁ କର୍ଣ୍ଣାଟକର ମରାଠା ଜନବହୁଳ ବେଲଗାଭି ଅଞ୍ଚଳରୁ ୨୦ କିମି ଦୂର ରାଜହଂସଗଢ କିଲ୍ଲା ଉପରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୬ ଫୁଟ୍ ଉଚ୍ଚ ପ୍ରତୀମାର ଲୋକାର୍ପଣ କରିଥିଲେ। ପ୍ରତୀମା ଲୋକାର୍ପଣ ତିନି ଦିନ ପରେ କଂଗ୍ରେସ ବିଧାୟକ  ଲକ୍ଷ୍ମୀ ହେବଲକର ରବିବାର ପୁଣି ଥରେ ମୂର୍ତ୍ତିର ବିମୋଚନ କରିଛନ୍ତି।

ଏହି ଘଟଣା ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ରଜନୀତି ଜୋର ଧରିଛି। ସ୍ଥାନୀୟ ବିଧାୟକ ହେବଲକର ନିକଟରେ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୫ରେ ଶିବାଜୀ ମହାରାଜଙ୍କ ପ୍ରତୀମାର ଅନାବରଣ କରାଯିବ। ମାତ୍ର ମୁଖ୍ୟମନ୍ତ୍ରୀ ବୋମ୍ମଇ ମାର୍ଚ୍ଚ ୨ରେ ପ୍ରତୀମାର ଲୋକାର୍ପଣ କରି ଦେଇଥିଲେ। ବୋମ୍ମଇ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ଗୋଟିଏ ପ୍ରତୀମାର ଦୁଇ ଦୁଇ ଥର ବିମୋଚନ କରାଯିବ ଘଟଣା  ପ୍ରଥମ ଥର ଦେଖୁଛି। ଏମିତି କାମ କଂଗ୍ରେସର ଭୋଟ୍ ଲାଳସାକୁ ଦର୍ଶାଉଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ସ୍ଥାନୀୟ ବିଧାୟକ ହେବଲକର ବୋମ୍ମଇଙ୍କ ଅନାବରଣ କାର୍ଯ୍ୟକ୍ରମକୁ ବହିଷ୍କାର କରିଥିଲେ। ପୁଣି ରବିବାର ନିଜେ ଶିବାଜୀଙ୍କ ପ୍ରତୀମାର ଲୋକାର୍ପଣ କରିଛନ୍ତି।ଉଦଘାଟନୀ ସମାରୋହରେ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ କଂଗ୍ରେସ ରାଜ୍ୟ ପ୍ରମୁଖ ଡିକେ ଶିବକୁମାରଙ୍କ ପରି ନେତାଙ୍କୁ ଆମନ୍ତ୍ରିତ କରାଯାଇଥିଲା। ତେବେ ଏଥିରୁ କୌଣସି ବରିଷ୍ଠ କଂଗ୍ରେସ ନେତା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ପ୍ରତୀମା ବିମୋଚନ ସମୟରେ ନିଜକୁ ଶାନ୍ତ ଦେଖାଇବାକୁ ଉଦ୍ୟମ କରିଥିବା  ହେବଲକର କହିଛନ୍ତି, ବୋମ୍ମଇଙ୍କ ଦ୍ଵାରା ପ୍ରତୀମା ବିମୋଚନ ମାତ୍ର ୧୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହା ଶିବାଜୀ ମହାରାଜଙ୍କ ପ୍ରତି ଅପମାନ ବୋଲି ହେବଲକର କହିଛନ୍ତି।

   Related Posts