ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଖାକିରେ ଦାଗ: ଦେହ ବ୍ୟବସାୟ ଓ ନିଶା କାରବାରରେ ଲିପ୍ତ ଥିଲେ ପୋଲିସ ବାବୁ, ଚଢ଼ାଉ ପରେ ଜଣେ ପୁରୁଷ ଓ ୩ ମହିଳା ଗିରଫ

22/03/2020 at 5:50 PM

ବାରାବାଙ୍କି ୨୨/୦୩ : ଉତ୍ତର ପ୍ରଦେଶ ବାରାବାଙ୍କି ଜିଲ୍ଲାରେ ଶନିବାର ଚଢ଼ାଉ କରି ରାତିରେ ଅନୈତିକ ଦେହ ବ୍ୟବସାୟର ପର୍ଦାଫାଶ କରିଛି ପୋଲିସ | ଚଢ଼ାଉ ବେଳେ ଜଣେ ପୁରୁଷ ଓ ୩ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ| ଅନ୍ୟ ୨ ଜଣ ପୁରୁଷ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ସ୍ଥାନୀୟ ଲୋକ ସେଠାରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସକୁ ଖବର ଦେଇଥିଲେ | ପ୍ରତିଦିନ ନୂଆ ନୂଆ ପୁରୁଷ ଓ ମହିଳାଙ୍କ ଯିବା ଆସିବା ଦେଖି ସ୍ଥାନୀୟ ଲୋକେ ସେଠାରେ ସେକ୍ସ ରାକେଟ ଚାଲୁଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ |

ସୂଚନାଯୋଗ୍ୟ ଯେ, ବାରାବାଙ୍କି ଗାନ୍ଧିନଗର ଅଞ୍ଚଳରେ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା | ଚଢ଼ାଉ କରି ଜଣେ ପୁରୁଷ ଓ ୩ ଜଣ ମହିଳାଙ୍କୁ ଗିରଫ କରିଛି | ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଯେଉଁ ଘରେ ସେକ୍ସ ରାକେଟ ଚାଲିଥିଲା ତାହା ଜଣେ ପୋଲିସ ବାବୁଙ୍କ ଘର | ପୋଲିସଙ୍କ ସଂରକ୍ଷଣରେ ସେଠାରେ ନିଶା କାରବାର ଓ ଦେହ ବ୍ୟବସାୟ ହୁଏ | ଏହିସବୁ କାରବାର ବହୁତ ଦିନ ହେଲା ସେଠାରେ ଚାଲିଥିଲା | ପ୍ରତିଦିନ ସେଠାକୁ ନୂଆ ନୂଆ ପୁରୁଷ ଓ ମହିଳା ଆସିଥାନ୍ତି |

ବାରାବାଙ୍କିର ପୋଲିସ ଅଧିକାରୀ ଡ.ଅରବିନ୍ଦ ଚତୁର୍ବେଦୀଙ୍କ ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକେ ତାଙ୍କୁ ଏନେଇ ଖବର ଦେଇଥିଲେ | ଗିରଫ ପୁରୁଷ ଓ ମହିଳାଙ୍କ ବିରୋଧରେ ଅନୈତିକ ଦେହ ବ୍ୟବସାୟ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ | ସହରରେ ଅନ୍ୟ ସନ୍ଦିଗ୍ଧ ଅଞ୍ଚଳରେ ମଧ୍ୟ ଚଢ଼ାଉ କରୁଛି ପୋଲିସ | ଅନ୍ୟ କୌଣସି ଜାଗାରେ ଏହିସବୁ କାରବାର ଚାଲିଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ଡ଼.ଅରବିନ୍ଦ ଚତୁର୍ବେଦୀ|

   Related Posts