ମୁମୂର୍ଷ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Published By : Prameya-News7 Bureau | November 11, 2022 IST

ମାଲକାନାଗିରି ୧୧/୧୧: ମୁମୂର୍ଷ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କଲା ପୋଲିସ। ଆହତ ଯୁବକଙ୍କ ପଚିଚୟ ସୀମାନ୍ତ କୁମାର ବରାଳ। ସେ ମାଲକାନଗିରି ସଦର ମହକୁମା ଏଜୁକେସନ କଲୋନୀର ବାସିନ୍ଦା। ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଖବର ପାଇ ମାଲକାନଗିରି ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଯୁବକଙ୍କ ମୁଣ୍ଡ , ଛାତି  ଓ ବେକରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ତାଙ୍କୁ  ଚିକିତ୍ସା କରୁଥିବା ଡାକ୍ତର  କହିଛନ୍ତି। ବର୍ତମାନ ତାଙ୍କର ଚିକିତ୍ସା ଚାଲିଛି  ଆବଶ୍ୟକ ସ୍ଥଳେ  ତାଙ୍କୁ କୋରାପୁଟକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।ପୋଲିସ ଏନେଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରା ଘଟଣା ଜଣପଡ଼ିବ ବୋଲି  ମାଲକାନଗିରି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.