<strong>ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ; ଦୁସ୍କର୍ମ ପରେ ହତ୍ୟା ସନ୍ଦେହ</strong>

Published By : Prameya-News7 Bureau | August 20, 2022 IST

ଫୁଲବାଣୀ ୨୦/୦୮: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଡେରାକୁମ୍ପା  ପାଖ ନାଳ କଲଭର୍ଟ ତଳୁ  ଅସଞ୍ଜତ ଅବସ୍ଥାରେ ଆଜି ଜଣେ ମହିଳାଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଛି l ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛିl ଖବରପାଇ ଗୋଛାପଡା ଥାନାଧିକାରୀ ରଣଜିତ କୁମାର ମୁନି ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତିl

ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମହକୁମା ଡାକ୍ତରଖାନାକୁ ପୋଲିସ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ଯୁର କାରଣ ଜଣାପଡିବ ବୋଲି ଗୋଛାପଡା ଥାନାଧିକାରୀ ରଣଜିତ କୁମାର ମୁନି କହିଛନ୍ତି l ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା କହିଥିବା ଜଣା ପଡ଼ିଛି।  ଅନ୍ୟପଟେ ମୃତ ମହିଳାଙ୍କ ପରିଚୟ ମିଳିନାହିଁl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.