ମାଟି ତଳୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ପୋଲିସ
6/09/2022 at 9:52 PM

ସମ୍ୱଲପୁର ୦୬/୦୯: ମାଟି ତଳୁ ବାହାରିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ। ସମ୍ବଲପୁର ଖେତରାଜପୁର ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଖେତରାଜପୁର ଥାନା ତାଲଭଟାପଡ଼ାର ଗୋଲୁ ବିଭାରଙ୍କ ମୃତଦେହ ପୋଲିସ ଆଜି ଷ୍ଟେସନପଡ଼ାରୁ ଉଦ୍ଧାର କରିଛି। ଗତ ରବିବାରରୁ ଗୋଲୁ ନିଖୋଜ ଥିଲେ। କିଛି ବ୍ଯକ୍ତି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି କୂଅରେ ଫିଙ୍ଗି ଦେଇଥିବା ଖବର ଆସିଥିଲା। ତେବେ କୂଅରେ ଖୋଜା ଖୋଜି କଲା ପରେ ପୋଲିସ ଗତକାଲି କିଛି ପାଇନଥିଲା। ଆଜି ମାଟି ଖୋଳି ପୋଲିସ ମୃତ ଦେହ ଉଦ୍ଧାର କରିଛି।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023