oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଚୋରି ଘଟଣାର ପର୍ଦ୍ଦାଫାସ କଲା ପୋଲିସ; ଜଣେ ଅଭିଯୁକ୍ତ ଗିରଫ  

24/07/2022 at 7:57 PM

ମୁନିଗୁଡ଼ା ୨୪/୦୭: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ସାନଆଚବ ଗାଁରେ ହୋଇଥିବା ସୁନା ଚୋରି ଘଟଣାର ଗୁଣୁପୁର ପୋଲିସ ପର୍ଦାଫାସ କରିଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଶହଦେବ ବାଉରିକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ଫେରାର ଅଭିଯୁକ୍ତଙ୍କ ପରିଚୟ ଶ୍ୟାମ ବାଉରି ଓ ନାରାୟଣ ବାଉରି। ଅଭିଯୁକ୍ତମାନେ ଗୋଟିଏ ପରିବାରର ବାପା ଓ ଦୁଇ ପୁଅ। ଜୁଲାଇ ୨୧ ତାରିଖ ବୁଧବାର ରାତିରେ ଦୁର୍ବୃତ୍ତମାନେ କୃଷ୍ଣଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ଘରୁ ୪୦୦ ଗ୍ରାମ୍‌ ସୁନା ଚୋରି କରିଥିଲେ। ଏନେଇ କୃଷ୍ଣଚନ୍ଦ୍ର ସାହୁ ଜୁଲାଇ ୨୨ରେ ଗୁଣୁପୁର ଥାନାରେ ଏତଲା ଦେଇଥିଲେ।

ପୋଲିସ ଗୁରୁତର ସହ  ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍‌ ଓ ସନ୍ଧାନି କୁକୁର ମାଧ୍ୟମରେ ପୋଲିସ ତଦନ୍ତ କରିଥିଲା। ପରେ ଶହଦେବ ବାଉରୀକୁ ପୋଲିସ ଥାନାକୁ ଆଣି ପଚରାଉଚୁରା ପରେ ସେ ଚୋରି କରିବା କଥା ସ୍ୱୀକାର କରିଥିଲା। ପରେ ଶହଦେବ ଥାନାର  ଶୌଚାଳୟରେ ଥିବା ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅଭିଯୁକ୍ତ ସହଦେବକୁ ପୋଲିସ ଡାକ୍ତରଖାନାରେ ଚିକିତ୍ସା କରି ଗିରଫ କରିଛି। ୪୦୦ ଗ୍ରାମ ସୁନା ଅଳଙ୍କାର ଓ ପାଞ୍ଚ ହଜାର ଟଙ୍କା ଜବତ କରି ପୋଲିସ କୃଷ୍ଣଚନ୍ଦ୍ର ସାହୁଙ୍କୁ ଫେରାଇଛି। ଏନେଇ ଅତିରିକ୍ତ ପୋଲିସ ଆରକ୍ଷି ଲଳିତ କୁମାର ପଟ୍ଟନାୟକ ଅଧିକ୍ଷକ ସାମ୍ୱାଦିକ ସମ୍ମିଳୀରେ ସୂଚନା ଦେଇଛନ୍ତି।

   Related Posts