Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପୋଲିସ କନଷ୍ଟେବଲ, କାରଣ ଅସ୍ପଷ୍ଟ

13/03/2023 at 5:13 PM

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର ଜଣେ କର୍ତ୍ତବ୍ୟରତ  କନଷ୍ଟେବଲ ସୋମବାର ସକାଳେ ନିଜ ବାସଭବନରେ  ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି l ମୃତ କନେଷ୍ଟବଳଜଣକ ହେଉଛନ୍ତି  ଶ୍ରୀନିବାସ  ଘଟାଲା l ଶ୍ରୀନିବାସ କାହିଁକି ଓ କଣ ପାଇଁ ଆତ୍ମହତ୍ୟା କଲେ  ତାହା ଏଯାଏଁ ଜଣାପଡ଼ିନି। ଶ୍ରୀନିବାସଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି l ଝିଅ ଯୁକ୍ତ ଦୁଇ କଲେଜରେ ପଢୁଥିବାବେଳେ ପୁଅ ଦଶମ ରେ ପାଠ ପଢୁଛି।

ଖବର ପାଇ ଘଟଣାସ୍ଥଳରେ ଜି ଉଦୟଗିରି ଏସ୍ ଡିପିଓ ଏବଂ ବାଲିଗୁଡା ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ଶ୍ରୀନିବାସ ଆତ୍ମହତ୍ୟା କରିଥିବା କୁହାଯାଉଛି l ସେହିପରି ଗତ କିଛିମାସ ତଳେ ଜି ଉଦୟଗିରି ଥାନାର ମହିଳା ସବଇନ୍ସପେକେଟର ଜଣେ ଆତ୍ମହତ୍ୟା କରିଥିଲେ।

   Related Posts