ବାହାଘରକୁ ବର୍ଷେ ପୁରିନି; ନବ ବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | August 09, 2022 IST

ନୀଳଗିରି ୮/: ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ମାନଗଡ଼ ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଫୁଲ୍ଲ କୁମାର ବାରିକଙ୍କ ସ୍ତ୍ରୀ ମଧୁସ୍ମିତା। ଖବର ଅନୁସାରେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗେଣ୍ଡାଗଡ଼ିଆର ଅଜୟ ବାରିକଙ୍କ ଝିଅ ମଧୁସ୍ମିତାଙ୍କୁ  ବୈଦିକ ରିତିନୀତିରେ ବିବାହ କରିଥିଲେ। ସୋମବାର ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ମଧୁସ୍ମିତାଙ୍କୁ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଜୟ ଓ ତାଙ୍କ ବାପାଙ୍କ କଥାନୁସାରେ, ମଧୁସ୍ମିତା ଶିଡ଼ି ପାହାଚରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ପରେ ନୀଳଗିରି ପୋଲିସ ତାଙ୍କୁ ଥାନାକୁ ଡାକି ପଚରାଉଚୁରା କରିବାରୁ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ମଧୁସ୍ମିତାଙ୍କ ଶ୍ୱଶୁର କହିଛନ୍ତି। ବାହାାଘରକୁ ବର୍ଷେ ନପୁରୁଣୁ ମଧୁସ୍ମିତାଙ୍କ ମୃତ ଦେହ ମିଳିବା ଘଟଣଆ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି। ମୃତକଙ୍କ ବାପଘର ଲୋକ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି।ବହୁ ଦିନ ଧରି ମଧୁସ୍ମିତାଙ୍କୁ ଶ୍ୱଶୁର ଘର ଲୋକେ ମାନସିକ ନିର୍ଯାତନା ଦେଉଥିଲେ ବୋଲି କହିଛନ୍ତି। ମୃତଦେହକୁ ପୋଲିସ ଜବତ କରି ପ୍ରାଥମିକ ତଦନ୍ତ ଚଳାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.