ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28/01/2023 at 7:00 PM

କଟକ ୨୮/୦୧: ଦୁଇ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ କୋର୍ଟ। କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏପରି ରାୟ ଦେଇଛନ୍ତି। ଅଭିଯୁକ୍ତଙ୍କ ପରିଚୟ ବ୍ରଜ କିଶୋର ଶତପଥି ଓ ନିମାଇଁ ମଣ୍ଡଳ। ସେମାନଙ୍କୁ ପୋକ୍ସୋ ଅଦାଲତ ଶନିବାର ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଯଦି ଜୋରିମାନା ଅନାଦେୟ ହୁଏ ଅଧିକ ୬ ମାସ ଜେଲ୍ ଦଣ୍ଡ ବଢ଼ିବ ବୋଲି ବିଚାରପତି ଘୋଷଣା କରିଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁସାରେ, ୨୦୧୯ରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଅଭିଯୋଗ ଘଟିଥିଲା। ସ୍ଥାନୀୟ ଜଣେ ପାନ ଦୋକାନୀ ଓ ଜଣେ ପୂଜକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତାଙ୍କ ମାଆ ମହିଳା ଥାନାରେ ଏତଲା ଦେଇଥିଲେ। ୧୮ ଜଣ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।