ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଦେଲେ ପୋକ୍ସୋ ଅଦାଲତ
17/01/2023 at 7:08 PM

ନୀଳଗିରି ୧୭/୦୧: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ। ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏପରି ରାୟ ଶୁଣାଇଛନ୍ତି। ଏହା ସହିତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୧୪ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୁହାଯାଇଛି।
ଏପରି ଅପରାଧ ଘଟାଇଥିବା ଦୁର୍ବୃତ୍ତର ପରିଚୟ ସନ୍ତୋଷ ସିଂ। ସେ ନୀଳଗିରି ଅଞ୍ଚଳର ବାସିନ୍ଦା। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରଞ୍ଜନ କୁମାର ସୁତାର ଏପରି ରାୟ ଶୁଣାଇଛନ୍ତି। ସୂଚନାଥାଉକି, ୨୦୨୦ରେ ଅଭିଯୁକ୍ତ ଜଣଙ୍କ ଏପରି ନାରକୀୟ କାଣ୍ଡ ଭିଆଇଥିଲା ବୋଲି ଅଭିଯୋଗ ହୋଇଥିଲା।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023