suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁଷ୍କର୍ମ ଅପରାଧିକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କଲେ ପୋକ୍ସୋ କୋର୍ଟ

24/03/2023 at 10:59 PM

ଫୁଲବାଣୀ ୨୪/୦୨: ଦୁଷ୍କର୍ମ ଦୋଷୀକୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୨ ହଜାର ଜୋରିମାନା। ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋକ୍ସୋ କୋର୍ଟ ଏପରି ରାୟ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଜେଲ୍‌ଦଣ୍ଡ ୬ ମାସ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ଏପରି ଦଣ୍ଡାଦେଶ ପାଇଥିବା ଅପରାଧିର ପରିଚୟ ଶମ୍ଭୁ ମହାରଣା

ଖବର ଅନୁସାରେ, ୨୦୧୯ ନଭେମ୍ୱର ୨୮ରେ ପୀଡ଼ିତା ଜଣଙ୍କ ସନ୍ଧ୍ୟା ବେଳେ ନିଜ ଘରେ ପଢୁଥିଲେ। ଏହି ସମୟରେ ଅଭିଯୁକ୍ତ ଶମ୍ଭୁ ପୀଡ଼ିତାକୁ ଘରୁ ଡାକି ନେଇ ପାଖରେ ଥିବା ଏକ ନିଛାଟିଆ ଘରେ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ପୀଡ଼ିତlର ମା ଘରେ ଝିଅ ନଥିବା ଦେଖି ଖୋଜିବାକୁ ଯାଇଥିଲା। ସେଇ ନିଛାଟିଆ ଘର ପାଖଦେଇ ଯିବାବେଳେ କିଛି ସବ୍ଦ ଶୁଣି ମୋବଇଲ୍ ଫ୍ଲାସ୍‌ ଲାଇଟ୍‌ରେ ଅଭିଯୁକ୍ତଙ୍କୁ ଦେଖିଥିଲେ l

ଏହାପରେ ଅଭିଯୁକ୍ତ ସେଠାରୁ ପଛପଟ ରାସ୍ତାରେ ଦୌଡ଼ି ପଳାଇଥିଲା। ଝିଅକୁ ଘରକୁ ଆଣି ପଚାରିବାରୁ ସବୁ ସତକଥା ଜଣାପଡ଼ିଥିଲା। ପରେ ସେହିଦିନ ରାତିରେ ତୁମୁଡ଼ିବନ୍ଧ ଥାନାରେ ପୀଡ଼ିତାଙ୍କ ପରିବାର ଲିଖିତ ଅଭିଯୋଗ କରିଥିଲେ। ତୁମୁଡ଼ିବନ୍ଧ ପୋଲିସ ଏନେଇ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ୧୨ ଜଣ ସାକ୍ଷ, ପ୍ରମାଣ ଏବଂ ଡାକ୍ତରି ରିପୋର୍ଟକୁ ଭିତ୍ତିକରି ବିଚାରପତି ସଞ୍ଜିତ୍‌ କୁମାର ବେହେରା ଏପରି ରାୟ ଦେଇଛନ୍ତି। ଏହା ସହିତ ପୋସ୍କୋ କୋର୍ଟ ପୀଡିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l

   Related Posts