LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏହି ଦୁଇ ଦେଶର ଖେଳାଳି ଖେଳି ପାରିବେ ନାହିଁ IPL ! ରୋକ୍ ଲଗାଇପାରେ BCCI

27/03/2023 at 4:37 PM

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ସମସ୍ତ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କାରଣ ପୁଣି ଥରେ ଭାରତର ଅନେକ ସହରରେ ମ୍ୟାଚ୍‌ର ଆୟୋଜନ ହେବ। ଖେଳାଳିଙ୍କୁ ନିଜ ଘରୋଇ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ। ସାଧାରଣତଃ ଆଇପିଏଲ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଯାଏ ନାହିଁ। ମାତ୍ର ଏମିତି କିଛି ଦେଶ ରହିଛନ୍ତି ଯେଉଁମାନେ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଏହାକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅସନ୍ତୁଷ୍ଟ ରହିଛି ଏବଂ ଉକ୍ତ ଦେଶର ଖେଳାଳିଙ୍କ ଉପରେ କଟକଣା ଲଗାଇବା ନେଇ ବିଚାର କରୁଛି।

ବାଂଲାଦେଶ ଏବଂ ଶ୍ରୀଲଙ୍କା ଦଳର ଖେଳାଳି ଆଇପିଏଲ୍‌ରେ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜିର ଅଂଶ ବିଶେଷ। ତେବେ ସେମାନେ ବିଳମ୍ବରେ ନିଜ ଦଳରେ ଯୋଗ ଦେବେ। ବିସିସିଆଇ ଏହାକୁ ନେଇ ଖପ୍ପା ଏବଂ ଏହି ଦୁଇ ଦେଶର ଖେଳାଳିଙ୍କୁ ଆଇପିଏଲ୍ ଖେଳିବା ଉପରେ ରୋକ୍ ଲଗାଇପାରେ। ଏମିତି ହେଲେ ବାଂଲାଦେଶ ଏବଂ ଶ୍ରୀଲଙ୍କାର ଖେଳାଳିଙ୍କୁ ଆଇପିଏଲ୍‌ରେ ଆଉ ଦେଖିବାକୁ ମିଳିବ ନାହିଁ।

ଏହାର କାରଣ ବାଂଲାଦେଶ  କ୍ରିକେଟ୍ ବୋର୍ଡ(ବିସିବି) ଜାତୀୟ ଦଳର କ୍ରୀଡାସୂଚୀ ଆଇପିଏଲ୍‌ର ସିଡ୍ୟୁଲ ସହ ସମାନ ରହିଛି। ଗତ ଅନେକ ବର୍ଷ ହେବ ବିସିବି ଏମିତି କରି ଆସୁଛି। ଏଥିଯୋଗୁଁ ସାକିବ ଅଲ ହସନ, ଲିଟନ ଦାସ ଏବଂ ମୁସଫିକର ରହିମଙ୍କୁ ଏପ୍ରିଲ ୯ରୁ ମେ ୫ ଏବଂ ଏହା ପରେ ମେ ୧୫ରୁ ଆଇପିଏଲ୍ ଖେଳିବାକୁ ଅନୁମତି ମିଳିଛି। ବିସିବିର ଏମିତି ଆଭିମୁଖ୍ୟରେ ବିସିସିଆଇ ଅସନ୍ତୁଷ୍ଟ ଛି।

ଅନ୍ୟପକ୍ଷେ ଶ୍ରୀଲଙ୍କାର ଓ୍ଵାନିନ୍ଦୁ ହସରଙ୍ଗା, ମଥିଶା ପଥିରାନା, ଭାନୁକ ରାଜପକ୍ଷ ଏବଂ ମହୀଶ ଥୀକ୍ଷଣା ଟୁର୍ଣ୍ଣାମେଣ୍ଟର ପ୍ରଥମ ସପ୍ତାହ ପରେ ନିଜ ଦଳ ସହ ଯୋଗ ଦେବେ। କାରଣ ଶ୍ରୀଲଙ୍କା ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ତେବେ ଏହି ସମୟରେ ନ୍ୟୁଜିଲାଣ୍ଡର ଖେଳାଳି ଆଇପିଏଲ୍‌ ଖେଳିବାକୁ ଆସୁଥିବା ବେଳେ ଶ୍ରୀଲଙ୍କା ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ବାଂଲାଦେଶ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ ନଜମୁଲ ହସନ ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଜାତୀୟ କର୍ତ୍ତବ୍ୟ ପାଇଁ ଖେଳାଳି ଆଇପିଏଲ୍‌ରେ ଉପଲବ୍ଧ ହେବେ ନାହିଁ।

କେବଳ ବିସିସିଆଇ ନୁହେଁ ବରଂ ଆଇପିଏଲ୍ ଫ୍ରାଞ୍ଚାଇଜି ମଧ୍ୟ ଖେଳାଳିଙ୍କ ଉପଲବ୍ଧତାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଗୋଟିଏ ଫ୍ରାଞ୍ଚାଇଜି କହିଛି ଯେ, ବିସିସିଆଇ ଅନ୍ୟ ବୋର୍ଡ ସହ ଆଲୋଚନା କରୁଛି, ମାତ୍ର ଏହା ଦେଖିବା ଉଚିତ୍ ଯେ, ଆମେ କେଉଁ ଖେଳାଳିଙ୍କୁ ଦଳରେ ଚୟନ କରୁଛୁ। ଯଦି ଖେଳାଳିଙ୍କୁ ଛାଡିବେ ନାହିଁ ତେବେ ପଞ୍ଜିକରଣ କରାନ୍ତୁ ନାହିଁ ବୋଲି ଫ୍ରାଞ୍ଚାଇଜି କହିଛନ୍ତି।

   Related Posts