oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଟି-୨୦ ବିଶ୍ଵ କପ୍‌ରୁ ବାହାର ହେଲେ ବିରାଟ କୋହଲିଙ୍କ ସବୁଠୁ ବଡ ‘ଶତ୍ରୁ’, ଗୋଟିଏ ଝଟକା ବଦଳାଇ ଦେଉଥିଲେ ମ୍ୟାଚ୍‌ର ଗତିପଥ

13/10/2021 at 5:26 PM

ନୂଆଦିଲ୍ଲୀ ୧୩।୧୦: ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ଚାରି ଦିନ ବାକି ରହିଛି। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦେଶ ନିଜର ଦଳ ଘୋଷଣା କରି ସାରିଛନ୍ତି। ତଥାପି ଏବେ ମଧ୍ୟ ଯେ କୌଣସି ଦଳ ନିଜ ଖେଳାଳିଙ୍କ ମଧ୍ୟରେ କିଛି ପରିବର୍ତ୍ତନ କରି ପାରିବେ। ହେଲେ ଆଇପିଏଲ ୨୦୨୧ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଭଲ ପ୍ରଦର୍ଶନ କରିବା ସତ୍ତ୍ଵେ ସ୍ପିନର ସୁନିଲ ନାରିନଙ୍କୁ ଓ୍ଵେଷ୍ଟଇଣ୍ଡିଜ ଟି-୨୦ ବିଶ୍ଵ କପ୍ ଦଳରେ ସ୍ଥାନ ମିଳିନାହିଁ।

୩୩ ବର୍ଷୀୟ ନାରିନ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ଏଲିମିନେଟ ମ୍ୟାଚ୍‌ରେ ୪ ଓ୍ଵିକେଟ୍ ନେବା ସହ ବ୍ୟାଟିଂରେ ମଧ୍ୟ କମାଲ କରିଥିଲେ। ବିଶେଷ କରି ସେ  ବେଙ୍ଗାଲୁରୁକୁ ଆଇପିଏଲରୁ ବିଦାୟର ରାସ୍ତା ଦେଖାଇଥିଲେ। ନାରିନ ଘାତକ ବୋଲିଂ କରି କୋହଲି, ଡିଭିଲିୟର୍ସ ଓ ମ୍ୟାକ୍ସଓ୍ଵେଲଙ୍କ ଓ୍ଵିକେଟ୍ ନେଇ ଆରସିବିରକୁ ବଡ ସ୍କୋର କରିବାକୁ ଦେଇନଥିଲେ। ଏଥିସହ ବ୍ୟାଟିଂ କରି ଗୋଟିଏ ଓଭରରେ ୩ ଛକା ମାରି କେକେଆରକୁ ବିଜୟୀ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସବୁଠୁ ବଡ କଥା ଆରସିବି ପକ୍ଷରୁ ଅଧିନାୟକ ଭାବେ ଶେଷ ମ୍ୟାଚ୍ ଖେଳୁଥିବା କୋହଲିଙ୍କୁ ପରାଜିତ କରିଥିଲେ।

ୟୁଏଇ ପର୍ଯ୍ୟାୟରେ ନାରିନ ୮ଟି ମ୍ୟାଚ୍‌ରେ ୧୧ ଓ୍ଵିକେଟ୍ ନେଇଛନ୍ତି। ତଥାପି ଅଧିନାୟକ କିରଣ ପୋଲାର୍ଡ ନାରିନଙ୍କ ଉପରେ ଭରସା କରି ପାରି ନାହାନ୍ତି। ସୁନିଲ ରାରିନ ୨୦୧୯ରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ଏହି କାରଣରୁ ଡିଫେଣ୍ଡିଂ ଚାମ୍ପିଅନ ଓ୍ଵେଷ୍ଟଇଣ୍ଡିଜ ନିଜ ଦଳରେ ତାଙ୍କୁ ସାମିଲ୍ କରି ନାହିଁ। ଦଳରେ ପରବର୍ତ୍ତନ କରିବାର ଆଇସିସିର ସମୟ ସୀମା ଅକ୍ଟୋବର ୧୫ରେ ସମାପ୍ତ ହେଉଛି।

ପୋଲାର୍ଡ ଇଏସପିଏନକ୍ରିକଇନଫୋ ସହ ଆଲୋଚନା ବେଳେ କହିଛନ୍ତି, ଯଦି ସୁନିଲ ନାରିନେଙ୍କୁ ଦଳରେ ସାମିଲ୍ ନକରାଯିବାର କାରଣ ଜଣାଇବି ତେବେ ଏହାକୁ ବୁଲେଇ ବଙ୍କେଇ ଖବର ପ୍ରସାରଣ କରାଯିବ। ସବୁଠୁ ଭଲ ହେବ ଆମେ ସେହି ୧୫ ଖେଳାଳିଙ୍କ ଉପରେ ଧ୍ୟାନ ଦେବୁ, ଯେଉଁମାନେ ଆମ ପାଖରେ ବର୍ତ୍ତମାନ ଅଛନ୍ତି। ଏହା ଆମ ପାଇଁ ସବୁଠୁ ମହତ୍ଵପୂର୍ଣ୍ଣ ହେବ। ଆମକୁ ଏହା ଉପରେ କାମ କରିବାକୁ ପଡିବ ଯେ, ଏହି ଖେଳାଳିଙ୍କୁ ନେଇ ଆମେ କେମିତି ଟାଇଟଲ୍ ବଜାୟ ରଖି ପାରିବୁ।

ତେଣୁ ମୁଁ ଏହା ଉପରେ ଟିପ୍ପଣୀ କରିବାକୁ ଚାହୁଁ ନାହିଁ। ଏହା ଉପରେ ବହୁତ କିଛି କୁହାଯିବା ସରିଛି। ମୋତେ ଲାଗୁଛି ନାରିନଙ୍କୁ ଦଳରେ କଣ ପାଇଁ ସାମିଲ୍ କରାଗଲା ନାହିଁ ଏହାର କାରଣ ସେହି ସମୟରେ ଜଣାଇ ଦିଆଯାଇଛି। ବ୍ୟକ୍ତିଗତ ଭାବେ ମୁଁ ସୁନିଲ ନାରିନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ପୂର୍ବରୁ ଜଣେ ଭଲ ବନ୍ଧୁ ମାନି ଆସିଛି। ଆମେ ଏକାଠି ଖେଳି ବଡ ହୋଇଛୁ। ସେ ଜଣେ ବିଶ୍ଵସ୍ତରୀୟ କ୍ରିକେଟର ବୋଲି ପୋଲାର୍ଡ କହିଛନ୍ତି।

   Related Posts