ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ତଳକୁ ଖସୁଥିଲା ବିମାନ, ଚିତ୍କାର କରୁଥିଲେ ଯାତ୍ରୀ…, ଦେଖନ୍ତୁ ଦୁର୍ଘଟଣା ସମୟର Video

Published By : Prameya-News7 Bureau | January 16, 2023 IST

ନୂଆଦିଲ୍ଲୀ: ନେପାଳର ପୋଖରାରେ ବିମାନ ଦୁର୍ଘଟଣାରେ ଚାଳକ ଦଳର ଚାରି ସଦସ୍ୟ ସହ ୬୮ ଜଣଙ୍କ ପ୍ରାଣହାନୀ ଘଟିଛି। ବାକି ଚାରି ଯାତ୍ରୀଙ୍କ ସନ୍ଧାନ ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ୟେତି ଏୟାରଲାଇନ୍ସର ଏହି ବିମାନରେ ପାଞ୍ଚ ଭାରତୀୟ ଯାତ୍ରା କରୁଥିଲେ। ବିମାନ ଦୁର୍ଘଟଣାକୁ ନେଇ ଅଦ୍ୟାବଧି ଅନେକ ଭିଡିଓ ସାମ୍ନାକୁ ଆସି ସାରିଛି, ଯେଉଁଥିରେ ବିମାନଟି ଦୁର୍ଘଟଣାର ଶିକାର ହେବା ପରେ କେମିତି ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଧୂଆଁ ଉଠୁଛି ତାହା ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କିଛି ବୁଝିବା ପୂର୍ବରୁ ବିମାନ ବହୁତ ତୀବ୍ର ଗତିରେ ଦୁର୍ଘଟଣାର ଶିକାର ହୋଇଥିଲା। ଯାତ୍ରୀମାନଙ୍କ ଚିତ୍କାର କରୁଥିବା ଶୁଣିବାକୁ ମିଳିଥିଲା।

ନେପାଳର କଳ୍ପନା ସୁନାର ନାମକ ଜଣେ ଯୁବତୀ କହିଛନ୍ତି, ସେ ତିନି ଦିନ ପୂର୍ବେ ମକର ସଂକ୍ରାନ୍ତି ଉତ୍ସବ ପାଳନ ପାଇଁ ପୋଖରା ଆସିଥିଲେ। ସେ ନିଜ ଘର ଅଗଣାରେ ବସି ପୋଷାକ ସଫା କରୁଥିଲେ। ସେହି ସମୟରେ ଆକାଶରେ ଏକ ବିମାନ ଦ୍ରୁତ ଗତିରେ ତଳକୁ ଖସୁଥିବା ଦେଖିବାକୁ ପାଇଥିଲେ। ସେହି ସମୟରେ ବିମାନରେ ନିଆଁ ଲାଗିଥିବା ସ୍ପଷ୍ଟ ଭାବେ ଜଣା ପଡୁଥିଲା।ଅଚାନକ ବିମାନଟି ମୋଡି ହୋଇ       ତଳକୁ ଖସି ପଡିଥିଲା। ଏତେ ଜୋରରେ ଶବ୍ଦ ହୋଇଥିଲା ଯେମିତି ଲାଗିଲା କୌଣସି ବିସ୍ଫୋରଣ ଘଟିଛି। ପୁଣି ସେତି ନଦୀ ପାର୍ଶ୍ଵରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା ବୋଲି କଳ୍ପନା କହିଛନ୍ତି।

wp:html /wp:html

ଏହି ଅଞ୍ଚଳର ଜଣେ ସ୍ଥାନୀୟ ବାସିନ୍ଦା ବେଂଶା ବାହାଦୂର ବିକେ କହିଛନ୍ତି, ଯଦି ବିମାନଟି ସିଧା ଆସିଥାନ୍ତା ତେବେ ଜନବହୁଳ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା ଏବଂ ବହୁ କ୍ଷୟକ୍ଷତି ଘଟିଥାନ୍ତା। ବିକେ କହିଛନ୍ତି, ବିମାନଟି ଖସି ପଡିବା ପରେ ବି ପ୍ରାୟ ସାତ କିମ୍ବା ଆଠ କବାଟ ଭାଙ୍ଗିନଥିଲା। ଆମକୁ ଲାଗିଲା ଭିତରେ ଏବେ ବି କିଛି ଯାତ୍ରୀ ଜୀବନ୍ତ ଥାଇ ପାରନ୍ତି। ମାତ୍ର ନିଆଁ ଦ୍ରୁତ ବେଗରେ ସଂପୂର୍ଣ୍ଣ ବିମାନକୁ ଗ୍ରାସି ଯାଇଥିଲା। ଯାତ୍ରୀ ଚିତ୍କାର କରୁଥିଲେ। ଆମେ ସେମାନଙ୍କର ଜୀବନ ବଞ୍ଚାଇବାକୁ ଚାହୁଁଥିଲୁ। ମାତ୍ର ନିଆଁ ଏତେ ଜୋରରେ ଜଳୁଥିଲା ଯେ, ଚାହିଁକି କି ବି ବିମାନ ନିକଟକୁ ଯାଇ ପାରିନଥିଲୁ ବୋଲି ବିକେ କହିଛନ୍ତି।

wp:html /wp:html

ମିଳିଲା ବ୍ଲାକ ବକ୍ସ

ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୋମବାର ସକାଳେ ବିମାନର ବ୍ଲାକ୍ ବକ୍ସ ମିଳିଥିବା ସୂଚନା ଦେଇଛି। ବ୍ଲାକ ବକ୍ସରୁ ଏହା ଜଣା ପଡିବ ଯେ, ବିମାନ ଦୁର୍ଘଟଣା ହେବା ପଛର କାରଣ କଣ  ରହିଛି। ବ୍ଲାକ୍ ବକ୍ସ ବିମାନର ଭଗ୍ନାବଶେଷ ତଳୁ ମିଳିଛି, ଯାହା ବିମାନର ପଛ ପାର୍ଶ୍ଵରେ ଲାଗିଥାଏ। ଏଥିରୁ ଜଣା ପଡିବ ଯେ, ବିମାନ ଦୁର୍ଘଟଣା ଘଟିବା ପୂର୍ବରୁ କେଉଁ ସ୍ଥିତିରେ ଥିଲା ଏବଂ ଅଚାନକ ଦୁର୍ଘଟଣା ପଛର କାରଣ କଣ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.