ମଝି ଆକାଶରେ ୟୁଟର୍ଣ୍ଣ ମାରି ଦିଲ୍ଲୀ ଏୟାରପୋର୍ଟ ଫେରିଆସିଲା ବିମାନ, ଜାଣନ୍ତୁ କହିଁକି ?

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪/୧୨: ଆମେରିକାର ନ୍ୟୁୟର୍କ ପାଇଁ ଉଡ଼ାଣ ଭରିବାର ୩ ଘଣ୍ଟା ପରେ ଫେରିଆସିଲା ବିମାନ । ମଝି ଆକାଶରୁ ୟୁଟର୍ଣ୍ଣ ମାରି ଏୟାର ଇଣ୍ଡିଆ ବିମାନ ପୁଣି ଥରେ ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିଛି । ମିଳିଥିବା ସୂଚନା ଅନୁସାରେ, ବିମାନରେ ଯାତ୍ରା କରୁଥିବା ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଯିବାରୁ ବିମାନକୁ ଫେରିବାକୁ ପଡ଼ିଛି । ସେ ତାଙ୍କ ପତ୍ନୀଙ୍କ ସହ ଆମେରିକାର ନ୍ୟୁୟର୍କ ଯାତ୍ରା କରୁଥିଲେ ।

ବିମାନ ଫେରିଆସିବା ପରେ ଏୟାରପୋର୍ଟରେ ଥିବା ମେଡିକାଲ୍‌ ଟିମ୍‌ ପହଞ୍ଚି ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିମାନବନ୍ଦରର ଜଣେ ଅଧିକାରୀଙ୍କ ଅନୁସାରେ, ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଉଡ଼ାଣ ଭରିଥିବା ଏଆଇ-୧୦୫ ବିମାନରେ ଜଣେ ପୁରୁଷ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଯାତ୍ରୀ ଜଣକ ଆମେରିକୀୟ ନାଗରିକ ହୋଇଥିବା ବେଳେ ସେ ତାଙ୍କ ପତ୍ନୀଙ୍କ ସହ ଯାତ୍ରା କରୁଥିଲେ।

ସେପଟେ ଦିଲ୍ଲୀ ଏୟାରପୋର୍ଟରେ ବିମାନ ସୁରକ୍ଷିତ ଅବତରଣ କରିଛି। ସମୟ ଶୁଳ୍କ ସୀମା ମାନଦଣ୍ଡ ଅନୁସାରେ, ପୁଣି ଥରେ ବିମାନ ଯାତ୍ରା ପାଇଁ ଆଉ ଏକ ଚାଳକ ଦଳଙ୍କୁ ଦାୟିତ୍ବ ଦିଆଯିବ। ବିଳମ୍ବରେ ବିମାନଟି ପୁଣି ଥରେ ନ୍ୟୁୟର୍କ ପାଇଁ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.