ପ୍ୟାରିସ: ଭାରତୀୟ ସୁଟର ମନୁ ଭାକର ଇତିହାସ ରଚିଛନ୍ତି। ସେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଏହା ଭାରତର ପ୍ରଥମ ପଦକ। ମନୁଙ୍କ ଏହି ପଦକ ଜିତିବାର ଯାତ୍ରା ସେତେଟା ସହଜ ନ ଥିଲା।
ମନୁ ଭାରକଙ୍କ ଏହା ଦ୍ଵିତୀୟ ଅଲିମ୍ପିକ୍ସ। ଗତ ଟୋକିଓ ଅଲିମ୍ପିକ୍ସି ୨୦୨୦ରେ ସେ ଅଲିମ୍ପିକ୍ସରେ ପଦାର୍ପଣ କରିଥିଲେ। ମାତ୍ର ୧୦ ମିଟର ଏୟାର ପିସ୍ତଲ କ୍ଵାଲିଫିକେସନ ରାଉଣ୍ଡରେ ତାଙ୍କ ପିସ୍ତଲ ଖରାପ ହୋଇ ଯାଇଥିଲା। ଏହି କାରଣରୁ ସେ ଗତ ଥର ପଦକ ଜିତି ପାରି ନ ଥିଲେ। ମାତ୍ର ଏଥର ମନୁ ନିଜର ପୁରା ଦମ ଦେଖାଇ ପଦକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ମିଶ୍ରିତ ୧୦ ମିଟର ପିସ୍ତଲ ଓ ୨୫ ମିଟର ପିସ୍ତଲ ବର୍ଗରେ ପଦକ ହାସଲରୁ ବର୍ତ୍ତି ଯାଇଥିଲେ।
Also read: ପଦକ ଆଡ଼କୁ ପାଦେ, ପ୍ରଥମ ମ୍ୟାଚ୍ରେ ମାଳଦ୍ଵୀପ ଖେଳାଳିଙ୍କୁ ହରାଇଲେ ସିନ୍ଧୁ
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସୁଟିଂ ପ୍ରତିଯୋଗିତାରେ ୨୨ ବର୍ଷୀୟ ମନୁ ଭାକର ମହିଳାର ୧୦ ମିଟର ଏୟାର ପିସ୍ତଲ, ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଓ ମହିଳାଙ୍କ ୨୫ ମିଟର ପିସ୍ତଲ ବର୍ଗରେ ଭାଗ ନେଇଛନ୍ତି। ସେ ୨୧ ଜଣିଆ ଭାରତୀୟ ସୁଟିଂ ଦଲରେ ଅନେକ ବ୍ୟକ୍ତିଗତ ବର୍ଗରେ ଅଂଶଗ୍ରହଣ କରିବାରେ ଏକମାତ୍ର ଆଥଲେଟ୍।
ମନୁ ୨୦୨୩ ଏସୀୟ ସୁଟିଂ ଚାମ୍ପିଅନସିପରେ ମହିଳାଙ୍କ ୨୫ ମିଟର ପିସ୍ତଲ ବର୍ଗରେ ପଞ୍ଚମ ସ୍ଥାନରେ ରହିବା ପରେ ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ମନୁ ଭାକର ଆଇଏସଏସଏଫ ବିଶ୍ଵକପ୍ରେ ସ୍ଵର୍ଣ୍ଣ ପଦକ ଜିତିବାରେ ସର୍ବ କନିଷ୍ଠ ଭାରତୀୟ ସୁଟର। ସେ ଗୋଲ୍ଡ କୋଷ୍ଟ ୨୦୧୮ରେ ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।
ଭାକର ବ୍ୟୁନସ ଆୟର୍ସ ୨୦୧୮ ୟୁଥ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ସୁଟର ଏବଂ ଦେଶର ପ୍ରଥମ ମହିଳା ଆଥଲେଟ୍। ଗତ ବର୍ଷ ଏସୀୟ କ୍ରୀଡ଼ାରେ ମହିଳାଙ୍କ ୨୫ ମିଟର ପିସ୍ତଲରେ ସେ ସ୍ଵର୍ଣ୍ଣ ପଦକ ଜିତିଥିଲେ।
ମନୁ ୧୪ ବର୍ଷ ବୟସରେ ସୁଟିଂରେ ନିଜର କ୍ୟାରିୟର ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ରିଓ ଅଲିମ୍ପିକ୍ସ ୨୦୧୬ ସମାପ୍ତ ହୋଇଥିଲା। ସେ ନିଜ ପିତାଙ୍କୁ ଏକ ସୁଟିଂ ପିସ୍ତଲ ଦେବାକୁ ଅନୁରୋଧ କରିଥିଲେ। ଆଉ ପିତା ରାମ କିଶନ ଭାକର ନିଜ ଝିଅ ପାଇଁ ପିସ୍ତଲ କିଣି ଦେଇଥିଲେ। ଆଉ ଆଜି ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଛନ୍ତି।