ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ  କରିଥିବା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା, ସହରରେ ଉତ୍ତେଜନା

28/06/2022 at 7:13 PM

ଉଦୟପୁର: ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନ କରିଥିବା ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଛି। ମୃତକଙ୍କ ନାମ କହ୍ନେୟା ଲାଲ। ସେ ୧୦ ଦିନ ପୂର୍ବେ ନୂପୁର ଶର୍ମାଙ୍କ ସମର୍ଥନରେ ଫେସବୁକରେ ପୋଷ୍ଟ ଲେଖିଥିଲେ। ଏହା ପରଠୁ ତାଙ୍କୁ ଧମକ ମିଳି ଚାଲିଥିଲା। କହ୍ନେୟାଙ୍କୁ ହତ୍ୟା କରିବା ପରେ ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ନିଜର ଦୋଷ ସ୍ଵୀକାର କରୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।

ଏହି ଘଟଣା ଉଦୟପୁରର ମାଲଦାସ ଷ୍ଟ୍ରିଟରେ ଭୂତମହଲ ନିକଟରେ ଘଟିଛି। ଯୁବକଙ୍କ ହତ୍ୟା ପରେ ସହରରେ ଉତ୍ତେଜନାପୂର୍ଣ୍ଣ ମାହୋଲ ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାର ବନ୍ଦ କରିବା ସହ ଦେହଲିଗେଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରତିଟି ଦିଗରୁ ମାମଲାର ଯାଞ୍ଚ କରାଯାଉଥିବା ପୋଲିସ କହିଛି। ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏହା  ପୂର୍ବରୁ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ଉଭୟ ପକ୍ଷଙ୍କୁ ବୁଝାଇ ସୁଝାଇ ମାମଲା ରଫାଦଫା କରାଇଥିଲା। ହେଲେ ହିଂସକ ପ୍ରବୃତ୍ତିର ଅଭିଯୁକ୍ତ ଆଜି ଯୁବକଙ୍କ ବେକ କାଟି ହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ଯୁବକଙ୍କୁ ଅନେକ ଦିନ ଧରି ଧମକ ଦେଇ ଆସୁଥିଲେ।

ସୂଚନା ଅନୁଯାୟୀ, କହ୍ନେୟା ଲାଲ(୪୦) ଧାନମଣ୍ଡି ଥାନା ଅନ୍ତର୍ଗତ ଭୂତମହଲ ନିକଟରେ ସୁପ୍ରିମ ଟେଲର୍ସ ନାମରେ ଦୋକାନ ଦେଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୨ଟା ୩୦ରେ ଦୁର୍ବୃତ୍ତମାନେ ପୋଷାକ ସିଲେଇ କରାଇବା ବାହାନାରେ ତାଙ୍କ ଦୋକାନକୁ ଆସିଥିଲେ। ହେଲେ ମାପ ଦେବା ସମୟରେ କହ୍ନେୟା ଲାଲ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଚାକୁ ଏବଂ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ କହ୍ନେୟାଙ୍କ ମୃତ୍ୟୁ ଘଟିଥିଲା। ସମ୍ବେଦନଶୀଳ ଅଞ୍ଚଳରେ ଏହି ଘଟଣା ଘଟିଥିବା କାରଣରୁ ପୋଲିସ ବଳ ମୁତୟନ କରାଯାଇଛି।

   Related Posts