ଭୁବନେଶ୍ୱର ୧୩/୦୭ : ଜ୍ୟୋତିଷଶାସ୍ତ୍ରରେ ରାଶି ଜରିଆରେ ବ୍ୟକ୍ତିର ଭବିଷ୍ୟ ଓ ସ୍ୱଭାବ ସମ୍ବନ୍ଧରେ ଜାଣିହୁଏ। ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। କିଛି ରାଶିର ବ୍ୟକ୍ତି ପ୍ରତ୍ୟେକ କାମରେ ମାହିର ଥାଆନ୍ତି। ସ୍ୱଭାବରେ ଏମାନେ ପରିଶ୍ରମୀ ହୋଇଥାନ୍ତି। କିଛି ରାଶିର ବ୍ୟକ୍ତି କେବେ କୌଣସି କାମରେ ପଛଘୁଞ୍ଚା ଦେଇନଥାନ୍ତି। ଏମାନେ ସବୁ କମ ପରଫେକ୍ଟ ହିସାବରେ କରନ୍ତି। କଠିନ ପରିଶ୍ରମ ବଳରେ ଏମାନେ ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି। ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ହୋଇଥାନ୍ତି ପରଫେକ୍ଟ।
ମେଷ - ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତି ସବୁ କାମରେ ନିପୁଣ ଥାଆନ୍ତି। ଏମାନେ ବହୁତ ପରିଶ୍ରମୀ। ଅନ୍ୟମାନଙ୍କ ସାହାଯ୍ୟ ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ଏମାନଙ୍କ ହୃଦୟ ସଫା। ଏମାନେ ଅଧିକ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏମାନେ ଦାନ ପୁଣ୍ୟ ମଧ୍ୟ କରିଥାନ୍ତି। ଏମାନଙ୍କୁ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ସାମ୍ନା କରିବାକୁ ପଡ଼ିନଥାଏ।
କର୍କଟ - ଜ୍ୟୋତିଷଶାସ୍ତ୍ର ଅନୁସାରେ କର୍କଟ ରାଶିର ବ୍ୟକ୍ତି ପରିଶ୍ରମୀ ହୋଇଥାନ୍ତି। ଏମାନେ ସହଜରେ ସବୁ କାମ ପୁରା କରିଥାନ୍ତି। ଏମାନଙ୍କ ହୃଦୟ ସଫା। ଏମାନେ କାହା ସହ ବିଶ୍ୱାସଘାତକ କରିନଥାନ୍ତି। ଅସହାୟଙ୍କୁ ସାହାଯ୍ୟ କରିବାକୁ ଏମାନେ ସବୁବେଳେ ଆଗେଇ ଆସନ୍ତି। ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ।
ସିଂହ - ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ବ୍ୟକ୍ତି ସବୁ କାମରେ ନିପୁଣ ହୋଇଥାନ୍ତି। ଏମାନଙ୍କ ହୃଦୟ ସବୁବେଳେ ସଫା। ଏମାନଙ୍କ ମନରେ ଛନ୍ଦ କପଟ ନଥାଏ। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ବାଦ-ବିବାଦରେ ତାଙ୍କ ଠାରୁ ଜିତିବା ସହଜ ନୁହେଁ। ଏମାନଙ୍କ ସହ ଶତ୍ରୁତା କରିବା ହାନିକାରକ ହୋଇପାରେ। ସିଂହ ରାଶିର ବ୍ୟକ୍ତି ବହୁତ ତୀକ୍ଷ୍ଣ ହୋଇଥାନ୍ତି। ସଫଳତା ପ୍ରାପ୍ତ କରିବାକୁ ଏମାନେ କଠିନ ପରିଶ୍ରମ କରିଥାନ୍ତି।
ବିଛା - ବିଛା ରାଶିର ବ୍ୟକ୍ତି ପରିଶ୍ରମୀ ହୋଇଥାନ୍ତି। ଏମାନେ ସବୁ କାମରେ ପରଫେକ୍ଟ ହୋଇଥାନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାଆନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏମାନଙ୍କୁ ଭଲ ଲାଗିଥାଏ। ଏମାନଙ୍କ ସ୍ୱଭାବ ରହସ୍ୟମୟ ହୋଇଥାଏ। ସ୍ୱଭାବରେ ଏମାନେ ଭାବପ୍ରବଣ ହୋଇଥାନ୍ତି।