ବାଇକ ଚୋରି କରିବା ବେଳେ ଧରା ପଡିଗଲେ, ନିର୍ଧୁମ ଛେଚିଲେ ଲୋକେ
14/12/2022 at 8:10 PM

ନୀଳଗିରି: ନୀଳଗିରି ଥାନା ଅନ୍ତର୍ଗତ ଅଯୋଧ୍ୟା ମାର୍କେଟରୁ ଦୁଇ ବାଇକ ଚୋରଙ୍କୁ କାବୁ କରି ନିର୍ଧୁମ ଛେଚିଲେ ଅଞ୍ଚଳବାସୀ। ଅଯୋଧ୍ୟା ମାର୍କେଟ ସମେତ ଆଖପାଖ ଅଞ୍ଚଳରୁ ୧୦ଟିରୁ ଉର୍ଦ୍ଧ୍ବ ବାଇକ ଚୋରୀ ହେବାନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ। ଆଜି ସନ୍ଧ୍ୟାରେ ମାର୍କେଟ ଭିଡର ସୁଯୋଗରେ ନୀଳଗିରି ଏନଏସି ଅଧିନ ବରିସାହି ଅଞ୍ଚଳର ଦୁଇଜଣ ଯୁବକ ବାଇକ ଚୋରି କରୁଥିବା ବେଳେ ଅଞ୍ଚଳବାସୀ ଧରି ପକାଇଥିଲେ। ସେମାନେ ଖସି ପଳାଇ ଯିବାକୁ ଉଦ୍ୟମ କରିବାରୁ ତାଙ୍କୁ ନିର୍ଧୁମ ଛେଚିଛନ୍ତି।
ଗୁରୁତର ଯୁବକଙ୍କୁ ଅଯୋଧ୍ୟା ଫାଣ୍ଡି ଅଧିକାରୀ ଉଦ୍ଧାର କରି ଅଟକ ରଖିଛନ୍ତି। ପରେ ଅନ୍ୟଜଣେ ଯୁବକ ଆସି ଚୋରଙ୍କ ସପକ୍ଷରେ କହିବାରୁ ତାଙ୍କୁ ବି ନିର୍ଧୁମ ଛେଚିଥିଲେ ଅଞ୍ଚଳବାସୀ। ତିନିଜଣ ଯୁବକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇ ତଦନ୍ତ କରୁଛି ପୋଲିସ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023