ଢେଙ୍କାନାଳ: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ଅଟୋ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଢେଙ୍କାନାଳ ସହରକୁ ଯାଉଥିବାବେଳେ ମହୁଲପାଳ ଗ୍ରାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଅଟୋ ରିକ୍ସାଟି ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ଧକ୍କା ହୋଇଛି। ଆଉ ଏହି ଦୁର୍ଘଟଣାରେ ଅଟୋରିକ୍ସାରେ ଥିବା ପ୍ରତିମା ମହାନ୍ତି ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ: ବଣଭୋଜିକୁ ବାରଣ କଲା ପୋଲିସ, ଥାନାରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଯୁବକ
ତେବେ ଅଟୋ ରିକ୍ସାରେ ଥିବା ଅନ୍ୟ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ମାନେ ସମସ୍ତେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୁରୁମ ଟାଙ୍ଗର ଗ୍ରାମର । ତେବେ ପୋଲିସ୍ ଘଟଣା ସ୍ତଳରେ ପହଞ୍ଚିଅଧିକ ତଦନ୍ତ ଜାରି ରଖିଛି।