ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଦେଶରେ ଧିମେଇଛି ମହିଳାଙ୍କ କ୍ୟାରିୟରରେ ପ୍ରଗତିର ଗତି

5/03/2023 at 10:51 PM

ନୂଆଦିଲ୍ଲୀ: ଅର୍ଥ ଏବଂ ଏହା ସହ ଜଡ଼ିତ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ହାର ଭାରତରେ ଲାଗାତାର ହ୍ରାସ ପାଇବାରେ ଲାଗିଛି । ଶ୍ରମବଳରେ ପ୍ରତି ୮ ଜଣରେ ହାରାହାରି ଜଣେ ମହିଳା ସାମିଲ ଅଛନ୍ତି । ସିଏଫଏ ଇଷ୍ଟିଚ୍ୟୁଟ୍ ଦ୍ୱାରା ୧୩୪ କମ୍ପାନି ରିପୋର୍ଟ ଅଧ୍ୟୟନରେ ଏହି ସୂଚନା ସାମନାକୁ ଆସିଛି ।

ସଂସ୍ଥା ନିଜର ବ୍ୟବସାୟ ଉତ୍ତରଦାୟିତ୍ୱ ଏବଂ ସ୍ଥରିତା ରିପୋର୍ଟ (ବିଆରଏସଆର) ୨୦୨୧ରେ ସେବି ଦ୍ୱାରା ବାଧ୍ୟତାମୂଳକ କରାଯାଇଥିବା ସ୍ଥିରତାର ଖୁଲାସା ମଧ୍ୟ ସାମିଲ ରହିଛି । ଏଥିରେ ଭାରତୀୟ କମ୍ପାନିଙ୍କ ଶ୍ରମଶକ୍ତି, ବେତନ, ଚାକିରି ଛାଡିବା ହାର ଏବଂ ମହିଳା-ପୁରୁଷ ସଂଖ୍ୟା ପରି ଅନ୍ୟ ବିଷୟ ଉପରେ ସୂଚନା ଉପଲବ୍ଧ କରାଇବା ପାଇଁ କୁହାଯାଇଥିଲା । ଆର୍ଥିକ ବର୍ଷ ୨୨୦୧-୨୨ ପାଇଁ ଏହା ସ୍ୱଇଚ୍ଛା ଏବଂ ୨୦୨୨-୨୩ରୁ ଶୀର୍ଷ ୧୦୦୦ କମ୍ପାନି ପାଇଁ ବାଧ୍ୟତାମୂଳକ ଅଟେ ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ଅନ୍ୟ କ୍ଷେତ୍ର ତୁଳନାରେ ସୂଚନା ପ୍ରଯୁକ୍ତି ଏବଂ ଆର୍ଥିକ ସେବା ପରି ବଡ଼ ଶ୍ରମଶକ୍ତି ଏବଂ ଅନ୍ୟ କ୍ଷେତ୍ରରେ ମହିଳାଙ୍କ କ୍ୟାରିୟର ପ୍ରଗତି କମ ରହିଛି । ଆର୍ଥିକ ସେବା ସହ ଜଡିତ କମ୍ପାନିଗୁଡିକ କ୍ଷେତ୍ରରେ ମହିଳା କର୍ମଚାରୀ ୨୧.୭ ପ୍ରତିଶତ ଏବଂ ୧୫.୯ ପ୍ରତିଶତ ପ୍ରମୁଖ ପରିଚାଳନା କର୍ମଚାରୀଙ୍କ ପ୍ରତିନିଧିତ୍ୱ କରିଥିଲେ ।

   Related Posts