ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ ଘଟଣା; ମାଲିକ ଓ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
11/08/2022 at 10:28 PM

ବାରିପଦା ୧୦/୦୮: ଲଗାତର ଭାବେ ଖବର ପ୍ରସାରଣ ପରେ ବାରିପଦାର ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ ଟାଉନ ଥାନା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ତେବାସୀ ଓ କର୍ମଚାରୀଙ୍କୁ ଆମାନୁଷିକ ଅତ୍ୟାଚାର ଲାଗି ନିଶାନିବାରଣ କେନ୍ଦ୍ରର ମାଲିକ ଅବନୀ ପତି ଓ ସହଯୋଗୀ ପୀତବାସ ରାଉଳଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସମସ୍ତ ୭୯ ଜଣ ଅନ୍ତେବାସୀଙ୍କ ପରିବାରଙ୍କୁ ଟାଉନ ପୋଲିସ ପକ୍ଷରୁ ଯୋଗଯୋଗ କରାଯାଇଛି। ଗୁରୁବାର ଅପରାହ୍ଣ ସୁଦ୍ଧା ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ। ପରେ ନିଶା ନିବାରଣ କେନ୍ଦ୍ରକୁ ଅନିର୍ଦ୍ଦିଷ୍ଟସମୟ ପାଇଁ ସିଲ୍ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ବାରିପଦା ସଦର ଏସ.ଡି.ପି.ଓ କହିଛନ୍ତି।
Related Posts
ଜେଲ୍ରୁ ମୁକୁଳିବେ ଅର୍ଚ୍ଚନା ନାଗ ! ଇଡି ମାମଲାରେ ମିଳିଲା ଜାମିନ
4 December 2023
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023