ବାଙ୍ଗାଲୋରରେ ବହୁ ଆଡମ୍ବରରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା

Published By : Prameya-News7 Bureau | July 01, 2022 IST

ବାଙ୍ଗାଲୋର: ବାଙ୍ଗାଲୋର ସହରରେ ଶୁକ୍ରବାର ପ୍ରବାସୀ ଓଡ଼ିଆ ବହୁ ଆଡମ୍ବରରେ  ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଳନ କରିଛନ୍ତି। ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଓଡ଼ିଆ ବସବାସ କରୁଥିବା ବାଙ୍ଗାଲୋର ସହରରେ ଏଥର କରୋନା କଟକଣା ହଟିବା ପରେ ୧୪ଟି ଜାଗାରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରୁଛନ୍ତି ପ୍ରବାସୀ ଓଡିଆମାନେ।

ଉତ୍ତର ବାଙ୍ଗାଲୋରର ପିନିଆ ଶିଳ୍ପାଞ୍ଚଳରେ ବାଙ୍ଗାଲୋର ଓଡ଼ିଆ ସମାଜ ତରଫରୁ ଜୟ ଜଗନ୍ନାଥ ପୂଜା ସମିତି ତରଫରୁ ରଥ ଯାତ୍ରା ବହୁ ଆଡମ୍ବରରେ ପାଲନ କରାଯାଇଛି। ପାଂଚ ହଜାରରୁ ଉର୍ଦ୍ଧ ଭକ୍ତ ମାନଙ୍କର ଉପସ୍ଥିତିରେ ବହୁ ହସ ଉଲ୍ଲାସର ସହକାରେ ରଥଯାତ୍ରା ପାଳନ ହୋଇଯାଇଛି। ସ୍ଥାନୀୟ ବିଧାୟକ ଏହି ରଥଯାତ୍ରାରେ ଭାଗ ନେଇଥିବାବେଳେ ସ୍ଥାନୀୟ ଲୋକ ମାନେ ମଧ୍ୟ ବହୁ ସଂଖ୍ୟାରେ ରଥ ଟାଣିବାର ଦେଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.