ବିରୋଧି ମିଳିତ ମଞ୍ଚ 'ଇଣ୍ଡିଆ'ର ବଡ଼ ନିଷ୍ପତ୍ତି: ୧୪ ଜଣିଆ ସମନ୍ୱୟ କମିଟି ଗଠନ କଲା ଦଳ, ଶରଦ ପାୱାର ଅଭିଷେକ ବାନାର୍ଜୀଙ୍କ କମିଟିରେ ସାମିଲ୍

Published By : Prameya-News7 Bureau | September 01, 2023 IST

ନୂଆଦିଲ୍ଲୀ: ବିରୋଧୀ ମିଳିତ ମଞ୍ଚ 'ଇଣ୍ଡିଆ' ଆଜି(ସେପ୍ଟେମ୍ବର ୧) ମୁମ୍ବାଇ ବୈଠକର ଦ୍ୱିତୀୟ ଦନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ୧୪ ଜଣିଆ କୋର୍ଡିନେସନ କମିଟି ଗଠନ କରିବାକୁ ଘୋଷଣା କରିଛି। ସେହିପରି ମେଣ୍ଟର ନାରା ହୋଇଛି- ଯୋଡ଼ିହେବ ଭାରତ, ଜିତିବ ଇଣ୍ଡିଆ(ଯୁଡ଼େଗା ଭାରତ ଜିତେଗା ଇଣ୍ଡିଆ)।

ଏହି ସମନ୍ୱୟ କମିଟିରେ କଂଗ୍ରେସର କେସି ଭେଣୁଗୋପାଲ, ଏନସିପିରୁ ଶରଦ ପାୱାର, ଡିଏମକେରୁ ଟିଆର ବାଲୁ, ଶିବସେନା(ୟୁବିଟି)ରୁ ସଞ୍ଜୟ ରାଉତ, ଆରଜେଡିରୁ ତେଜସ୍ୱୀ ଯାଦବ, ଟିଏମସି ଅଭିଷେକ ବାନାର୍ଜୀ, ଆପ୍‌ରୁ ରାଘବ ଚଡ୍ଡା, ସମାଜାବାଦୀ ପାର୍ଟିରୁ ଜାବେଦ ଅଲ୍ଲୀ ଖାନ, ଜେଡିୟୁରୁ ଲଲନ ସିଂହ, ଜେଏମଏମରୁ ହେମନ୍ତ ସୋରେନ, ସିପିଆଇରୁ ଡି ରାଜା, ନ୍ୟାସ୍‌ନାଲ କନଫେରନ୍ସରୁ ଓମର ଅବଦୁଲ୍ଲା ଏବଂ ପିଡିପିରୁ ମେହବୁବା ମୁଫତି ରହିଛନ୍ତି। ତେବେ କମିଟିରେ ସାମିଲ ଥିବା ସିପିଆଇଏମ୍ ନେତାଙ୍କ ନାମ ପ୍ରକାଶ କରାଯାଇ ନାହିଁ।

ପଢ଼ନ୍ତୁ-ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏବେବି ଅଛନ୍ତି ୮୦% ଭାରତୀୟ, ବିଦେଶୀ ସର୍ଭେରେ ରାହୁଲ ଗାନ୍ଧିଙ୍କ ପାଇଁ ରହିଛି ଗୁଡ୍ ନ୍ୟୁଜ୍

ଏକାଠୀ ଲୋକସଭା ନିର୍ବାଚନ  ଲଢ଼ିବାକୁ ନେଲେ ଶପଥ

ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ସମସ୍ତେ ମିଳିମିଶି ଲଢ଼ିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି "ଭାରତ ମେଣ୍ଟରେ ସାମିଲ ଦଳମାନେ ଲୋକସଭା ନିର୍ବାଚନରେ ​​ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଥାସମ୍ଭବ ଆମେ ଲୋକସଭା ନିର୍ବାଚନରେ ​​ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବୁ।"

ସେହିପରି ଶିଟ୍ ଶେୟାରିଂକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ଜୟରାମ। ସେ କହିଛନ୍ତି " ସିଟ୍ ବଣ୍ଟିବା ଉପରେ ଆଲୋଚନା ତୁରନ୍ତ ବିଭିନ୍ନ ରାଜ୍ୟରେ ଆରମ୍ଭ ହେବ ଏବଂ ଯଥାଶୀଘ୍ର ଏହି କାମ ସରିବ। ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ସଭା ଆୟୋଜନ କରାଯିବ। ବିରୋଧୀ ଦଳ ବିଭିନ୍ନ ଭାଷାରେ “ଯୁଡେଗା ଭାରତ, ଜିତେଗା ଇଣ୍ଡିଆ” ଥିମ୍ ସହିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ସାଧାରଣ ମିଡିଆ ରଣନୀତି ତିଆରି କରାଯିବ।"

ଏହି ନିଷ୍ପତ୍ତି ସହିତ ମୁମ୍ବାଇରେ ବିରୋଧୀ ମିଳିତ ମଞ୍ଚ ଇଣ୍ଡିଆର ଦୁଇ ଦିନିଆ ବୈଠକ ଶେଷ ହୋଇଛି। ଗତକାଲି ଏହି ବୈଠକ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଜୁନ ମାସରେ ପ୍ରଥମେ ବିହାରର ପାଟନାରେ ପ୍ରଥମ ବୈଠକ ହୋଇଥିଲା। ପୁଣି ଦ୍ୱିତୀୟ ବୈଠକ ଜୁଲାଇରେ ବେଙ୍ଗାଲୁରୁରେ ଆୟୋଜନ କରାଯାଇଥିଲା। ବେଙ୍ଗାଲୁରୁ ବୈଠକରେ ହିଁ ମିଳିତ ମଞ୍ଚର ନାଁ ଇଣ୍ଡିଆ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.