ଧାରା ୩୭୦କୁ ନେଇ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | September 05, 2023 IST

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଶେଷ ହୋଇଛି। ସାମ୍ବିଧାନିକ ଖଣ୍ଡପୀଠ ନିଜର  ରାୟ ସଂରିକ୍ଷତ ରଖିଛନ୍ତି। ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟରେ ୧୬ ଦିନ ଧରି ଶୁଣାଣି ଚାଲିଥିଲା। ଆବେଦନକାରୀମାନେଙ୍କ ଦାବି, ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରାଯାଉ ଓ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ।

wp:heading {"level":4}

ଅଧିକ ପଢନ୍ତୁ- କମିଛି ଅନୁପ୍ରବେଶ, ବିଛିନ୍ନତାବାଦୀ ଆନ୍ଦୋଳନ ସମ୍ପୂର୍ଣ୍ଣ ବନ୍ଦ, କେତେ ବଦଳିଛି ଜାମ୍ମୁ-କାଶ୍ମୀର ପରିସ୍ଥିତ? କୋର୍ଟଙ୍କୁ ସୂଚନା ଦେଲେ କେନ୍ଦ୍ର ସରକାର

/wp:heading

ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ଧାରା ୩୭୦ ଉପରେ ଶୁଣାଣି କରିଛନ୍ତି। ଏଥିରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ସମେତ ବିଚାରପତି ଏସକେ କୌଲ, ବିଚାରପତି ସଞ୍ଜୀବ ଖନ୍ନା, ବିଚାରପରି ବିଆର ଗବଇ ଓ ବିଚାରପତି ସୂର୍ଯ୍ୟକାନ୍ତ ସାମିଲ୍। ୩୭୦କୁ ପୁନର୍ବାର ଲାଗୁ କରିବା ଆବେଦନକାରୀଙ୍କ ପକ୍ଷରୁ ନିଜର ପକ୍ଷ ରଖିଛନ୍ତି ବରିଷ୍ଠ ଆଇନଜୀବୀ କପିଲ ସିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାଓ୍ଵନ, ଜଫର ଶାହ, ଦୁଷ୍ୟନ୍ତ ଦୁବେ। ଅନ୍ୟପଟେ ସରକାରଙ୍କ ତରଫରୁ ପକ୍ଷ ରଖିଛନ୍ତି ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ଵିବେଦୀ, ଭି ଗିରି। ଏମାନେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ ବୋଲି ଦର୍ଶାଇଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ଯେ କୌଣସି ମୁହୂର୍ତ୍ତରେ ଜାମ୍ମୁ-କାଶ୍ମୀରରେ ନିର୍ବାଚନ କରିବାକୁ ଆମେ ପ୍ରସ୍ତୁତ: ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ କେନ୍ଦ୍ର ସରକାର

/wp:heading

ଉଭୟ ପକ୍ଷର ଆଇନଜୀବୀ ୧୬ ଦିନ ଧରି ଚାଲିଥିବା ଶୁଣାଣିରେ ଅଲଗା ଅଲଗା ପ୍ରସଙ୍ଗରେ ବିତର୍କ କରିବା ସହ ନିଜର ତଥ୍ୟ ରଖିଛନ୍ତି। କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଅଛି କି ନାହିଁ ଏହା ଉପରେ ଶୁଣାଣି ହୋଇଛି। ସଂପ୍ରତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ରହିଛି। ଏହାକୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.