ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ମୁମୂର୍ଷୁ ଅବସ୍ଥାରେ ବୃଦ୍ଧଙ୍କୁ ବ୍ୟାଙ୍କକୁ ବୋହି ଆଣିଲେ, ଦୃଶ୍ୟ ଭାଇରାଲ

Published By : Prameya-News7 Bureau | July 07, 2022 IST

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଷ୍ଟେଟବ୍ୟାଙ୍କ ରେ ଏକ ମୁମୂର୍ଷୁ   ବୃଦ୍ଧଙ୍କୁ ଟଙ୍କା ଉଠାଣ ପାଇଁ ବୋହି କି ନେଉଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି l କାରଣ ଜମାକାରୀଙ୍କ ବିନା ଉପସ୍ଥିତିରେ ଟଙ୍କା ଉଠାଇ ପାରିବ ନାହିଁ ବୋଲି ବ୍ୟାଙ୍କ କହିଥିଲା।

ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ ଚେରଗାଁ ପଞ୍ଚାୟତ କରଲା ଗ୍ରାମରେ ଥିବା ଅନ୍ତରଙ୍ଗ ମହିମା ମଠର ମହନ୍ତ ବୃଦ୍ଧ ଧର୍ମାନନ୍ଦ ଦାସଙ୍କୁ ଆଜି ଦୁଇଜଣ ଶିଷ୍ୟ ଧର୍ମଗଡ଼ ସ୍ଥିତ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ଶାଖାକୁ ବୋହି ଆଣୁଥିବାର ଦେଖିବାକୁ ମିଳିଥିଲା l ଶିଷ୍ୟ ଭୋଳା ବାଗ ଓ ଆଜନ୍ମ ବ୍ରହ୍ମଚାରୀ ରାମେଶ୍ୱର ଦାସ ମଠ ମହନ୍ତଙ୍କୁ ଧରି ବ୍ୟାଙ୍କକୁ ଜମା ଟଙ୍କା ଉଠାଇବାକୁ ଆଣିଥିଲେ l

ଶିଷ୍ୟ ଦୁଇଜଣ କହିବା ଅନୁଯାୟୀ, ବାବା ପ୍ରାୟ ସପ୍ତାହେ ହେଲା ବୃଦ୍ଧା ଅବସ୍ଥା ଯୋଗୁଁ ଜଳ ବି ସ୍ପର୍ଶ କରି ନାହାନ୍ତି l ତେଣୁ ସେ ବ୍ୟାଙ୍କକୁ ଆସିବା ସମ୍ଭବ ନୁହେଁ ବୋଲି କହିବା ସତ୍ତ୍ଵେ ଜମା ଟଙ୍କା ଉଠାଣ ପାଇଁ ଜମାକାରୀଙ୍କୁ ନିଜେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବାରୁ ସେମାନେ ବାଧ୍ୟ ହୋଇ ମୁମୂର୍ଷୁ ବାବାଙ୍କୁ ଧରି ବ୍ୟାଙ୍କକୁ ଧରି ଆସିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.