ପୁଣି କଂଗ୍ରେସକୁ ଫେରିଲା ପୁରୁଣା ରୋଗ, ପିସିସି ସଭାପତିଙ୍କ ବିରୋଧରେ ମେଳି ବାନ୍ଧିଲେ ନେତା

Published By : Prameya-News7 Bureau | May 08, 2023 IST

ଝାରସୁଗୁଡ଼ା/ଭୁବନେଶ୍ଵର: ୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖାଦେଲା ବିଦ୍ରୋହ । ଫେରିଲା ପୁରୁଣା ରୋଗ । ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି, ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ ଦଳୀୟ ସଭାପତିଙ୍କ ବିରୋଧରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜିବ ବିଶ୍ବାଳ। କଂଗ୍ରେସରେ ନେତୃତ୍ଵର ଅଭାବ ରହିଛି କହି ପିସିସି ସଭାପତିଙ୍କୁ ଟାର୍ଗେଟ କଲେ ଚିରଞ୍ଜବୀବ । ଏପରିକି ୧୪୭ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇପାରିବ ନାହିଁ କହି ସମୋଲୋଚନା କରିଛନ୍ତି । ସେପଟେ ସଭାପତି କହିଛନ୍ତି କଂଗ୍ରେସରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ ।

{"id":783581,"sizeSlug":"full","linkDestination":"none"}

ପୁଣି କଂଗ୍ରେସକୁ ଫେରିଲା ପୁରୁଣା ରୋଗ । ପିସିସି ସଭାପତିଙ୍କ ବିରୋଧରେ ପୁଣି ମେଳି ବାନ୍ଧିଲେ ନେତା। ଖୋଲା ମଞ୍ଚରେ ଅସନ୍ତୋଷ ଝାଡ଼ିଲେ ଚିରଞ୍ଜିବ ବିଶ୍ବାଳ। ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି, ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ ବିଷୋଦଗାର କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜିବ ବିଶ୍ବାଳ। କଂଗ୍ରେସରେ ନେତୃତ୍ଵର ଅଭାବ ରହିଛି କହି ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି ଚିରଞ୍ଜିବ। ଏପରିକି ୧୪୭ ନିର୍ବାଚନ ମଣ୍ଡଳୀରେ ଦଳ ଏଥର ପ୍ରାର୍ଥୀ ଦେଇପାରିବ ନାହିଁ କହି ସମୋଲୋଚନା କରିଛନ୍ତି । 

{"id":783583,"sizeSlug":"full","linkDestination":"none"}

କଂଗ୍ରେସର ୯ ବିଧାୟକ ଅଛନ୍ତି ହେଲେ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଯୁବକମାନେ କଂଗ୍ରେସକୁ ଆସୁନାହାନ୍ତି କି ଆଣିବାକୁ ଚେଷ୍ଟା କରାଯାଉନାହିଁ। ପୁରୁଣା ଲୋକ କେହି ଆଉ କଂଗ୍ରେସରେ ନାହାନ୍ତି । ଚିରଞ୍ଜିବୀ କହିଛନ୍ତି କଂଗ୍ରେସର ବଡ଼ ରୋଗ ହେଲା ଜଣେ ସଂଗଠନ କରିବ ଆଉ ଜଣେ ଟିକେଟ ନେବ। ଉପନିର୍ବାଚନ ଯେଭଳି ଲଢିବା କଥା ସେଭଳି ଲଢା ଯାଉନି। ଲଢ଼ୁଆ ମନୋବୃତ୍ତି ଦଳରେ ନାହିଁ । ଦଳର ଆଉ ଏକ ବଡ ରୋଗ ହେଲା ଯିଏ ପିସିସି ସଭାପତି ହୁଏ ସେ କାହାକୁ ପଚାରେନି। ସେପଟେ ମହମ୍ମଦ ମୋକିମ ମଧ୍ୟ  ସମସ୍ତଙ୍କୁ  ସାଥିରେ ନେଇ ଚାଲିଲେ କଂଗ୍ରେସ ବଢିବ ବୋଲି କହି ସଭାପତିଙ୍କୁ କଟାକ୍ଷ କରିଛନ୍ତି ।

{"id":783584,"sizeSlug":"full","linkDestination":"none"}

କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ସବୁବେଳେ ଦୂରେଇ ରଖୁଥିବା ଚିରଞ୍ଜୀବ ବିଶ୍ବାଳଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଭିନ୍ନ ଚର୍ଚ୍ଚା ଚାଲିଛି । ଏପରିକି ମହମ୍ମଦ ମୋକିମ ମଧ୍ୟ ବିଭିନ୍ନ ସମୟରେ ପିସିସି ସଭାପତିଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏବେ ଏହି ଦୁଇ ନେତା ଗୋଟିଏ ମଞ୍ଚରେ ଏକାଠି ହେବା ପରେ ଆଉ ଏକ ନୂଆ ଦଳ ଗଠନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।ବର୍ତ୍ତମାନ ଉପନିର୍ବାଚନ ବ୍ୟସ୍ତତାରେ ଥିବାରୁ ଏ ସମ୍ପର୍କରେ କୌଣସି ବୟାନ ଦେବା ଠିକ ନୁହେଁ । ନିର୍ବାଚନ ସରିଲେ ବ୍ୟକ୍ତିଗତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିବେ । କଂଗ୍ରେସରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ ବୋଲି ସେ କହିଛନ୍ତି।

୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଏହା ଏକ ପ୍ରକାର ବିଦ୍ରୋହ ବୋଲି ରାଜନୀତି ବିଶ୍ଳେଷକ କହିଲେଣି । କଂଗ୍ରେସରେ କହୁଳୁଥିବା ଅସନ୍ତୋଷର ନିଆଁ ଆଗକୁ କେଉଁ ରୂପ ନେବ ତାକୁ ଅପେକ୍ଷା କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.