LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତିନି ମାସ ହେଲା ମିଳିନି ବାର୍ଦ୍ଧକ୍ୟ ଭତ୍ତା, ବିଡ଼ିଓ ଶୁଣିଲେନି, ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଗୁହାରି କଲେ ହିତାଧିକାରୀ

28/03/2023 at 10:15 PM

ଢେଙ୍କାନାଳ: ମିଳିନି ତିନି ମାସର ବାର୍ଦ୍ଧକ୍ୟ ଭତ୍ତା । ସରପଞ୍ଚଙ୍କୁ ଗୁହାରି କଲେ ଭତ୍ତା ବଦଳରେ ଓଲଟା ମିଳୁଛି ଧମକ । ବୟସର ଅପରାହ୍ଣରେ ସରକାରଙ୍କୁ ଏହି ଆର୍ଥିକ ସହାୟତା ପାଇଁ ବିଡ଼ିଓଙ୍କ ପାଖକୁ  ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଏପରି ସ୍ଥିତିରେ ବିଚରା ଏହି ବୟସରେ ଗୁହାରି ଆଉ କାହା ନିକଟରେ କରିବେ। ଶେଷରେ ବକେୟା ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ହିତାଧିକାରୀମାନେ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେବାକୁ ପଡିଛି। ଏପରି ଅଭିଯୋଗ ଆସିଛି ଢେଙ୍କାନାଲ ଜିଲ୍ଲା ପିଙ୍ଗୁଆ ପଞ୍ଚାୟତରୁ।

ଏହି ପଂଚାୟତର ପ୍ରାୟ ୧୦ଜଣ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୁହାରି କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ସେମାନେ ଗତ ଡିସେମ୍ବର ମାସରୁ ସରକାରଙ୍କ ପକ୍ଷରୁ ପ୍ରଦାନ କରା ଯାଉଥିବା କମ୍ବଳ ଓ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୮ଶହ ଟଙ୍କା ଲେଖାଏଁ ପାଇଁ ନାହାନ୍ତି । ଇତି ମଧ୍ୟରେ ତିନି ମାସ ବିତିଗଲାଣି । ସରପଞ୍ଚଙ୍କ ପାଖକୁ ଗୁହାରି କଲେ ଆଜି ଆସିବ କାଲି ଆକାଉଣ୍ଟରେ ପଡିବ ଏପରି କହି କହି ଧମକ ଦେଉଛନ୍ତି। ମାତ୍ରା ଏବେ ଯାଏଁ ଭତ୍ତା ଟଙ୍କା ମିଳୁନାହିଁ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗୁହାରି କରି ଭତ୍ତା ଟଙ୍କାକୁ ଚାହିଁ ଥିବା ପ୍ରକାଶ କରିଛନ୍ତି।

   Related Posts