ଗତ ୧୦ ବର୍ଷରେ ଉଚ୍ଚ ଶିକ୍ଷାରେ ବଢିଛି ଛାତ୍ର-ଛାତ୍ରୀଙ୍କ ସଂଖ୍ୟା, ତଥ୍ୟ ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | January 28, 2024 IST

ଭୁବନେଶ୍ଵର:  ଉଚ୍ଚ ଶିକ୍ଷାରେ ଗତ ୧୦ ବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ଏକ କୋଟି ବଢିଛି। ଯାହା ୨୬.୫ ପ୍ରତିଶତ ଅଧିକ। ଏଥିରେ ସବୁ ବର୍ଗର ଛାତ୍ରଛାତ୍ରୀ ସାମିଲ ଅଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଉଚ୍ଚ ଶିକ୍ଷାକୁ ନେଇ କରାଯାଇଥିବା ସର୍ଭେରେ ସାମ୍ନାକୁ ଆସିଛି ଏହି ତଥ୍ୟ।

wp:heading {"level":4}

Also read- କୋଚିଂ ସେଣ୍ଟର ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍, ୧୬ ବର୍ଷରୁ କମ ପିଲାଙ୍କ ନାମ ଲେଖାଇ ପାରିବେ ନାହିଁ

/wp:heading

ଉଚ୍ଚ ଶିକ୍ଷାରେ ବଢୁଛି ଛାତ୍ରଛାତ୍ରୀଙ୍କ ଏନରୋଲମେଣ୍ଟ। ଶିକ୍ଷା ମନ୍ତ୍ରାଳୟ ତଥ୍ୟ କହୁଛି ଦେଶରେ ବିଗତ ୧୦ ବର୍ଷରେ ଉଚ୍ଚ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୬.୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪-୧୫ରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ୩.୪୨ କୋଟି ଥିଲା। ୨୦୨୧-୨୨ରେ ୪.୩୩ କୋଟି ଛୁଇଁଥିଲା । ଛାତ୍ରୀଙ୍କ ସଂଖ୍ୟା ବି ବଢିଛି। ୧୦ ବର୍ଷରେ ୨.୦୭ କୋଟି ଛାତ୍ରୀ ଅଧିକ ଏନରୋଲ କରିଥିବା ସର୍ଭେରୁ ଜଣା ପଡ଼ିଛି । ଯାହା ୩୨ ପ୍ରତିଶତରୁ ଅଧିକ। ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ଛାତ୍ରୀ ନୁହନ୍ତି ଅନୁସୂଚୀତ ଜାତି ଓ ଜନଜାତି ଶିକ୍ଷାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢିଛି। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ବପନ୍ନର ପ୍ରଭାବ ଶିକ୍ଷା କ୍ଷେତ୍ରରେ ସିଧାସଳଖ ପଡ଼ିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

{"id":901774,"sizeSlug":"full","linkDestination":"none"}

ଉଚ୍ଚଶିକ୍ଷା କ୍ଷେତ୍ରରେ ମୁସଲିମ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଥିବା ଗତ ଅଗଷ୍ଟ ମାସରେ ରାଜ୍ୟସଭାରେ ତଥ୍ୟ ରଖିଥିଲେ ସରକାର। ଅନୁସୂଚୀତ ଜନଜାତି କ୍ଷେତ୍ରରେ ଉଚ୍ଚ ଶିକ୍ଷା ହାର ମଧ୍ୟ ବଢିଛି। ୨୦୧୪-୧୫ ତୁଳନାରେ ୨୦୨୧-୨୨ ରେ ୬୫.୨ ପ୍ରତିଶତ ବୃଦ୍ଧି ପାଇଥିବା ସର୍ଭେ ରିପୋର୍ଟରୁ ଜଣା ପଢ଼ିଛି। ୨୦୧୪-୧୫ରେ ଯେଉଁଠି ୧୬.୪୧ ଲକ୍ଷ ଏସ ଟି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ନେଉଥିଲେ ୨୦୨୧-୨୨ ତାହା ବୃଦ୍ଧି ପାଇ୨୭.୧ ଲକ୍ଷ ଛୁଇଁଥିଲା। ଏସଟି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ୮୦ ପ୍ରତିଶତ ବୃଦ୍ଧି ପାଇଛି।

ପିଏଚଡିରେ ମଧ୍ୟ ଛାତ୍ରଛାତ୍ରୀ ସଂଖ୍ୟା ୮୧.୨ ପ୍ରତିଶତ ଅଧିକ ହୋଇଥିବା ସର୍ଭେରୁ ଜଣା ପଢ଼ିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବା ଓ ସଂଖ୍ୟା ବଢ଼ିବାକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ୍ । କେବଳ ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢିଛି ତା ନୁହେଁ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ୧୦ ବର୍ଷ ରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୨୨ ପ୍ରତିଶତ ବଢିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.