ଭିତରକନିକା ଅଭୟାରଣ୍ୟରେ ବଢିଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ଅଧିକ ୧୮୫୨ ପକ୍ଷୀ
8/01/2023 at 8:34 PM

କେନ୍ଦ୍ରାପଡା: ବିଶ୍ଵ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟରେ ବଢିଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା l ଗତବର୍ଷ ତୁଳନାରେ ଚଳିତ ବର୍ଷ ଭିତରକନିକାକୁ ୧୮୫୨ ଅଧିକ ପକ୍ଷୀ ଆସିଥିବା ଗଣନାରୁ ଜଣାପଡିଛି l ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶାଗତ ପକ୍ଷୀ ପ୍ରଜାତି ସଂଖ୍ୟା ହ୍ରାସ ପାଇଛି l ଅନ୍ୟ ପକ୍ଷରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି l

ନିକଟରେ ଶେଷ ହୋଇଥିବା ପକ୍ଷୀଗଣନାରୁ ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ୧୪୪ ପ୍ରଜାତିର ୧,୩୮,୧୦୭ ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୪୦ ପ୍ରଜାତିର ୧,୩୯,୯୫୯ ପକ୍ଷୀ ଭିତରକନିକା ଅଭୟାରଣ୍ୟକୁ ଆସିଛନ୍ତି l ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ୪ଟି ପ୍ରଜାତିର କମ ପକ୍ଷୀ ଆସିଥିବା ନେଇ ରାଜନଗର ବନଖଣ୍ଡ ଭାରପ୍ରାପ୍ତ ଅଧିକାରୀ ଅଧିର କୁମାର ବେହେରା ସୂଚନା ।
Related Posts
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8 February 2023
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
8 February 2023
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023