ଭିତରକନିକାରେ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା, ୪ଟି ରେଞ୍ଜରେ ୨୨ଟି ଟିମ୍ କରୁଥିଲେ ଗଣନା
13/01/2023 at 11:03 PM

କେନ୍ଦ୍ରାପଡା: କେନ୍ଦ୍ରାପଡା ଭିତରକନିକାରେ କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହୋଇଛି l ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି l ଚଳିତ ବର୍ଷ ୧ ହଜାର ୭ ଶହ ୯୩ ଟି କୁମ୍ଭୀର ଚିହ୍ନଟ ହୋଇଛନ୍ତି l ଗତ ବର୍ଷ କୁମ୍ଭୀର ସଂଖ୍ୟା ୧ ହଜାର ୭ ଶହ ୮୪ ଟି ଚିହ୍ନଟ କରାଯାଇଥିଲା ।
ମିଳିଥିବା ତଥ୍ୟ ଅନୁଯାୟୀ ଗତବର୍ଷ ତୁଳନାରେ ଚଳିତ ବର୍ଷ ୯ଟି କୁମ୍ଭୀର ଅଧିକ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୦ ଗୋଟି ଧଳା କୁମ୍ଭୀର ରହିଛନ୍ତି। ଏନେଇ ରାଜନଗର ବନଖଣ୍ଡ ଭାରପ୍ରାପ୍ତ ଅଧିକାରୀ ଅଧିର କୁମାର ବେହେରା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯାଇଥିଲା l ସମଗ୍ର ଅଂଚଳକୁ ୪ଟି ରେଞ୍ଜରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟରେ ୨୨ ଗୋଟି ଟିମ୍ ନିୟୋଜିତ କରାଯାଇଥିଲା l