scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶିମଲା ନୁହେଁ, ଜୁଲାଇ ୧୩-୧୪ରେ ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ବୈଠକ, ଶରଦ ପାୱାରଙ୍କ ଘୋଷଣା

29/06/2023 at 5:14 PM

ମୁମ୍ୱାଇ: ଲୋକସଭା ନିର୍ବାଚନକୁ ନଜରରେ ରଖି ମହାମଣ୍ଟ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଥିବା ବିରୋଧୀ ଦଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଏବେ ବେଙ୍ଗାଲୁରୁରେ ଆୟୋଜନ ହେବ । ଏହା ପୂର୍ବରୁ ବୈଠକର ଆୟୋଜନ ଶିମଲାରେ ହେବା ନେଇ କୁହାଯାଇଥିଲା । କିନ୍ତୁ ଗୁରୁବାର ଏନସିପି ମୁଖ୍ୟ ଶରଦ ପାୱାର ବୈଠକର ସ୍ଥାନ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବେଙ୍ଗାଲୁରୁରେ ଜୁଲାଇ ୧୩ ଏବଂ ୧୪ରେ ବୈଠକର ଆୟୋଜନ କରାଯିବ ।

ପୁଣେରରେ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ଶରଦ ପାୱାର ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଏମାନେ ବିନା କ୍ଷମତାରେ ରହିପାରିବେ ନାହିଁ । ରାଜ୍ୟରେ ବିଜେପି ନେତା କ୍ଷମତାରେ ରହିବା ପାଇଁ ଆତୁର ହୋଇ ରହିଛନ୍ତି ।

ଅଜିତ୍ ପାୱାରଙ୍କ ସହ ମିଶି ବିଜେପିର ଫଡଣବୀସ ସରକାର ଗଠନକୁ ସେ ଟାର୍ଗେଟ୍ କରି କହିଛନ୍ତି ଯେ ସକାଳେ ଅଜିତ୍ ପାୱାରଙ୍କ ସହ ମିଶି ଶପଥ ଗ୍ରହଣ କାର୍ଯ୍ୟକ୍ରମ ସ୍ପଷ୍ଟ କରୁଛନ୍ତି ଯେ ବିଜେପି କ୍ଷମତାରେ ରହିବା ପାଇଁ କାହା ସହ ମଧ୍ୟ ମିଶିପାରିବ । ଉଲ୍ଲେଖଯୋଗ୍ୟ ଯେ ଦେବେନ୍ଦ୍ର ଫଡଣବୀସ ୨୦୧୯ରେ ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ଘଟଣାକ୍ରମର ଉଲ୍ଲେଖ କରି ଶରଦ ପାୱାର ଟାର୍ଗେଟ୍ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜୁନ ୨୩ରେ ପାଟନାରେ ୧୫ ବିରୋଧୀ ଦଳଙ୍କ ବୈଠକ ହୋଇଥିଲା । ଏଥିରେ ଛଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପାଞ୍ଚ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଏହି ବୈଠକରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ୨୦୨୪ ଲୋକସଭା ନିର୍ବାଚନ ଏବଂ ବିଜେପିକୁ କ୍ଷମତାରୁ ହଟାଇବା ନେଇ ରଣନୀତି ପ୍ରସ୍ତୁତି ଉପରେ ଚର୍ଚ୍ଚା ହୋଇଥିଲା।

Also Read: କେଜରିୱାଲ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ, ଆତିଶୀଙ୍କୁ ମିଳିଲା ନୂଆ ଦାୟିତ୍ୱ

   Related Posts