AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା, ଉଭୟ ଅଫଲାଇନ୍ ଓ ଅନଲାଇନରେ କରି ହେବ ନାମ ସଂଶୋଧନ

4/12/2020 at 5:11 PM

ଭୁବନେଶ୍ଵର ୦୪।୧୨: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଏହାର ସୂଚନା ଦେଇଛନ୍ତି। ନାମ ସଂଶୋଧନ ବା ଯୋଡିବା ପାଇଁ ଭୋଟର ଡିସେମ୍ବର ୧୫ ମଧ୍ୟରେ ଆବେଦନ କରି ପାରିବେ। ଭୋଟର ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ନିଜର ନାମ ସଂଶୋଧନ କରି ପାରିବେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ତାଲିକାରେ ନାମ ଯୋଡିବା, କାଟିବା  ଏବଂ ସଂଶୋଧନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନାମ ଯୋଡିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ଡିସେମ୍ବର ୮ରେ ଆବେଦନ କରି ହେବ। ନାମ ଯୋଡିବା ପାଇଁ ଲୋକଙ୍କୁକ ନିଜର ଫଟୋ, ବାସସ୍ଥାନ ପ୍ରମାଣ ଦେଇ ଆବେଦନ କରି ପାରିବେ। ଅନଲାଇନ କିମ୍ବା ବୁଥ୍ ସ୍ତରରେ ପହଞ୍ଚି ଆବେଦନ କରାଯାଇ ପାରିବ।

ଏହାକୁ ନେଇ ଡିସେମ୍ବର ୫ ଓ ୬ରେ ବୁଥ୍‌ରେ ବିଏଲଓ ରହିବ। ନୂଆ ଭୋଟର ତାଲିକା ପାଇଁ ସ୍ଵତନ୍ତ୍ର ଅଭିଯାନ ଚଳାଯିବ। ଆବେଦନ ପତ୍ର ଗୁଡିକୁ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ। ଯାଞ୍ଚ ପରେ ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି।

   Related Posts