ସୋମବାର ଜଣାପଡିବ କିଏ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ଚାଲିଛି କାଉଣ୍ଟ ଡାଉନ

Published By : Prameya-News7 Bureau | September 03, 2022 IST

ଲଣ୍ଡନ ୩।୯: ବୋରିଶ ଜନସନ୍ ଙ୍କ ସ୍ଥାନରେ କଞ୍ଜରଭେଟିଭ ପାର୍ଟିର ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଋଷି ସୁନକ ଓ ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସ୍‌ ଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱୀତାରେ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। ଏଥିରେ ପାର୍ଟିର ସଦସ୍ୟମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। କଞ୍ଜରଭେଟିଭ ପାର୍ଟି ପ୍ରଚାର ମୁଖ୍ୟାଳୟ ପ୍ରଧାନମନ୍ତ୍ରୀ ପଦ ଲାଗି ବିଜେତାଙ୍କ ଘୋଷଣା ସୋମବାର ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରେ ହେବ ବୋଲି ଘୋଷଣା କରିଛନ୍ତି।

{"id":679896,"sizeSlug":"full","linkDestination":"none"}

୪୨ ବର୍ଷ ବୟସ୍କ ସୁନକ ଓ ୪୭ ବର୍ଷ ବୟସ୍କା ଟ୍ରସ୍ କଞ୍ଜଭେଟିଭ ପାର୍ଟିର ପାଖାପାଖି ୧ଲକ୍ଷ ୬୦ ହଜାର ସଦସ୍ୟଙ୍କ ଭୋଟ ପାଇବା ପାଇଁ ଓ ସେମାନଙ୍କୁ ଏଥି ନିମନ୍ତେ ପ୍ରଭାବିତ କରିବାକୁ ଅନେକ ବାର ସାମ୍ନା ସାମ୍ନା ବିତର୍କ କରିଛନ୍ତି। ଭାରତ ବଂଶୋଦଭବ ଅର୍ଥମନ୍ତ୍ରୀ ଋଷି ସୁନକ ତାଙ୍କ ଅଭିଯାନରେ ବଢି ଚାଲିଥିବା ମୁଦ୍ରାସ୍ପିତିକୁ ନିୟନ୍ତ୍ରଣ କରିବା ତାଙ୍କର ତତ୍କାଳ ପ୍ରାଥମିକତା ହେବ ବୋଲି କହିଥିଲେ। ସେହିପରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଟ୍ରସ୍ ପ୍ରଧାନମନ୍ତ୍ରୀ ହେବାର ପ୍ରଥମ ଦିନରୁ କର ହ୍ରାସ କରିବାକୁ ଆଦେଶ ଜାରି କରିବେ ବୋଲି ଘୋଷଣା କରିଛନ୍ତି।      

{"id":679898,"sizeSlug":"full","linkDestination":"none"}

ଚୂଡ଼ାନ୍ତ ଦୁଇ ପ୍ରାର୍ଥୀ ଚୟନ ଲାଗି ପାର୍ଟି ସାଂସଦଙ୍କ ଦ୍ୱାରା ଅନୁଷ୍ଠିତ ଭୋଟରେ ସୁନକଙ୍କ ଠାରୁ  ଟ୍ରସ୍‌ ଆଗରେ ଥିଲେ। ତେବେ ଏକ ସର୍ଭେକ୍ଷଣରେ ପାର୍ଟି ସଦସ୍ୟଙ୍କ ଭୋଟରେ ସୁନକ ପଛେଇ ପାରନ୍ତି ବୋଲି ଆକଳନ କରାଯାଇଛି। ତେବେ ସୁନକ ହିଁ ଭୋଟରେ ଆଗାମୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚିତ ହେବେ ବୋଲି ତାଙ୍କ ସମର୍ଥକ ଆଶାପୋଷଣ କରିଛନ୍ତି। କାରଣ ୨୦୧୯ ସାଧାରଣ ନିର୍ବାଚନରେ ବୋରିଶ ଜନସନ ମଧ୍ୟ ସର୍ଭେକ୍ଷଣ ଅନୁମାନ ବିପରୀତରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.